କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ
ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍ ତଥା ଅଗ୍ରଣୀ ରିଟେଲ ଚେନ୍ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍ ପାହାଳ ଷ୍ଟୋର) ର ୪ର୍ଥ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ବ୍ରାଣ୍ଡ୍ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଗ୍ରାହକମାନେ ପ୍ରାୟ ୪୦୦୦ ଟଙ୍କାର କିଣାକିଣି ଉପରେ ୫୦୦ଟଙ୍କାର କ୍ୟାଶ୍ବ୍ୟାକ୍ ପାଇବେ। ସେହିଭଳି ଗ୍ରାହକମାନେ ପ୍ରାୟ ୭୦୦୦ ଟଙ୍କାର କିଣାକିଣି ଉପରେ ୧୦୦୦ଟଙ୍କାର କ୍ୟାଶ୍ବ୍ୟାକ୍ ଏବଂ […] The post କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ appeared first on Dharitri Odia News.
ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍ ତଥା ଅଗ୍ରଣୀ ରିଟେଲ ଚେନ୍ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍ ପାହାଳ ଷ୍ଟୋର) ର ୪ର୍ଥ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ବ୍ରାଣ୍ଡ୍ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଗ୍ରାହକମାନେ ପ୍ରାୟ ୪୦୦୦ ଟଙ୍କାର କିଣାକିଣି ଉପରେ ୫୦୦ଟଙ୍କାର କ୍ୟାଶ୍ବ୍ୟାକ୍ ପାଇବେ। ସେହିଭଳି ଗ୍ରାହକମାନେ ପ୍ରାୟ ୭୦୦୦ ଟଙ୍କାର କିଣାକିଣି ଉପରେ ୧୦୦୦ଟଙ୍କାର କ୍ୟାଶ୍ବ୍ୟାକ୍ ଏବଂ ୧୨,୦୦୦ ଟଙ୍କାର କିଣାକିଣି ଉପରେ ୨୦୦୦ ଟଙ୍କାର କ୍ୟାଶ୍ବ୍ୟାକ୍ ଦିଆଯାଉଛି। ଏପରିକି ୧୫,୦୦୦ ଟଙ୍କାର କିଣାକିଣି ଉପରେ ଗ୍ରାହକ ୩୦୦୦ ଟଙ୍କାର କ୍ୟାଶ୍ବ୍ୟାକ୍ ପାଇବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଷ୍ଟୋରର ପ୍ରୋପ୍ରାଇଟର ଜ୍ୟୋତି ମହାନ୍ତି କହିଥିଲେ, ଆମେ ଆମ ଷ୍ଟୋରର ୪ର୍ଥ ପୂର୍ତ୍ତି ଉତ୍ସବ ପାଳନକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ଉପଲକ୍ଷେ ଆକର୍ଷଣୀୟ କ୍ୟାଶ୍ବ୍ୟାକ୍ ଅଫର ଘୋଷଣାକରି ଗ୍ରାହକଙ୍କ ଖୁସିରେ ସାମିଲ ହେବାକୁ ପ୍ରୟାସ କରିଛୁ।
The post କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ appeared first on Dharitri Odia News.