କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ କିଛି ଟିପ୍ସ

କ୍ରୋଧରେ କୁହାଯାଉଥିବା କଥାଗୁଡିକ ପ୍ରାୟତ ଲୋକଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରେ । କିଛି କିଛି ଲୋକ ଛୋଟ ଜିନିଷ ଉପରେ ନିଜର କ୍ରୋଧ ହରାନ୍ତି ଏବଂ ପରେ ପରେ ଅନୁତାପ କରନ୍ତି । ଛେଟେ ଛୋଟ କଥାରେ ରାଗି ଯାଉଥିବା ମଣିଷ ବହୁତ୍‌ ହଇରାଣରେ ପଡନ୍ତି । ଏହା ସହ ଲୋକମାନେ ରାଗିଯିବା ପରେ ସଙ୍ଗେ ସଙ୍ଗେ ଭୁଲ ଡିସିସନ୍‌ ନେଇଯାଆନ୍ତି । ଯେଉଁଥି ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ପଡନ୍ତି । କଥାରେ […] The post କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ କିଛି ଟିପ୍ସ appeared first on KNews Odisha.

କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ କିଛି ଟିପ୍ସ
anger

କ୍ରୋଧରେ କୁହାଯାଉଥିବା କଥାଗୁଡିକ ପ୍ରାୟତ ଲୋକଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରେ । କିଛି କିଛି ଲୋକ ଛୋଟ ଜିନିଷ ଉପରେ ନିଜର କ୍ରୋଧ ହରାନ୍ତି ଏବଂ ପରେ ପରେ ଅନୁତାପ କରନ୍ତି । ଛେଟେ ଛୋଟ କଥାରେ ରାଗି ଯାଉଥିବା ମଣିଷ ବହୁତ୍‌ ହଇରାଣରେ ପଡନ୍ତି । ଏହା ସହ ଲୋକମାନେ ରାଗିଯିବା ପରେ ସଙ୍ଗେ ସଙ୍ଗେ ଭୁଲ ଡିସିସନ୍‌ ନେଇଯାଆନ୍ତି । ଯେଉଁଥି ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ପଡନ୍ତି । କଥାରେ ଅଛି କ୍ରୋଧ ମଣିଷକୁ ମାରିଦିଏ । ରାଗୁଥିବା ମଣିଷ ସବୁ ସମୟରେ ଚିଡଚିଡ୍‌ ହୋଇଥାନ୍ତି । ଟିକେ ଟିକେ କଥାରେ ରାଗିଯାଆନ୍ତି, ଯାହା ସାମ୍ନା ଲୋମଙ୍କୁ ବହୁତ୍‌ ଖରାପ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ଏଥିଯୋଗୁ ଶରୀର ଉପରେ ଖୁବ୍‌ ପ୍ରଭାବ ମଧ୍ୟ ପଡିପାରେ । ଯଦି ଆପଣଙ୍କ କ୍ଷେତ୍ରରେ ଏପରି ହେଉଛି, ତାହେଲେ ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହା ଦ୍ୱାରା ଆପଣ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିବେ ।

ଚୁପ୍‌ ରହିବା ପାଇଁ ଚେଷ୍ଟା କରନ୍ତୁ :

ଯେତେବେଳେ ଆପଣ ଅଧିକ କ୍ରୋଧିତ ହେଉଛନ୍ତି ସେତେବେଳେ ଆପଣ ଚୁପ୍‌ ରହିବାକୁ ଚେଷ୍ଟା କରନ୍ତୁ । କ୍ରୋଧିତ ହେଲେ ନିଜକୁ ଶାନ୍ତ କରିବା ପାଇଁ ଆପଣଙ୍କ ମାଇଣ୍ଡକୁ ପ୍ରଥମେ ଡାଇଭଟ୍‌ କରିବା ଉଚିତ୍‌ । ଏହା ସହ ଯଦି କ୍ରୋଧରେ ଅନ୍ୟ ଜଣଙ୍କୁ ଗାଳି କରୁଛନ୍ତି, ତେବେ ଆପଣକିଛି ସମୟ ପାଇଁ ତାଙ୍କଠାରୁ ଦୂରେଇ ଯାଆନ୍ତୁ ଆପଣଙ୍କ ମନ ଶାନ୍ତ ରହିବ ।

ମ୍ୟୁଜିକ୍ ଶୁଣନ୍ତୁ :

ଯଦି ଆପଣ ତୁରନ୍ତ ଆପଣଙ୍କ କ୍ରୋଧକୁ କମ୍‌ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ମ୍ୟୁଜିକ୍ ଶୁଣିବା ଆରମ୍ଭ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ । ମନେରଖନ୍ତୁ ଯେ, ଅଧିକ ଲାଉଡ୍‌ ସାଉଣ୍ଡରେ ମ୍ୟୁଜିକ୍ ଶୁଣିବେ ନାହିଁ ନଚେତ୍‌ ଆପଣଙ୍କ କ୍ରୋଧ କମିବା ବଦଳରେ ବଢ଼ିବାକୁ ଲାଗିବ । ଆପଣ ମ୍ୟୁଜିକ୍ ଲୋ’ସାଉଣ୍ଡରେ ଶୁଣିବା ଦ୍ୱାରା ଆପଣଙ୍କ କ୍ରୋଧକୁ ବହୁ ପରିମାଣରେ କମ୍‌ କରିପାରିବେ । ଆପଣମାନେ ଜାଣିଥିବେ ଆମକୁ ଯେତେବେଳେ ଭଲ ଲାଗିନଥାଏ ଆମେ ପ୍ରାୟତ ମ୍ୟୁଜିକ୍ ଶୁଣିଥାନ୍ତି । ଯାହା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ । ତେବେ ଆପଣ କ୍ରୋଧିତ ସମୟରେ ଖାଲିି ନବସି ମ୍ୟୁଜିକ୍ ଶୁଣିବା ଆରମ୍ଭ କରନ୍ତୁ ।

ପ୍ରତିଦିନ ଧ୍ୟାନ କରନ୍ତୁ :

ଯଦି ଆପଣଙ୍କ କ୍ରୋଧକୁ ସବୁଦିନ ପାଇଁ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧ୍ୟାନକୁ ଦୈନିକ କାର୍ଯ୍ୟରେ ଅନ୍ତଭୁର୍କ୍ତ କରିବା ଉଚିତ୍‌ । ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ହୋଇଥାଏ ଏହା ସହ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣ ବିଚଳିତ ହେବେନାହିଁ ଏବଂ ନିଜକୁ ସ୍ଥିର ରଖିପାରିବ ।

The post କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ କିଛି ଟିପ୍ସ appeared first on KNews Odisha.