କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା, ବିଶେଷଜ୍ଞ ପ୍ୟାନେଲରେ…

ଭୁବନେଶ୍ୱର,୨୪।୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ଏନେଇ ସଚେତନ ହେବାସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ୍‌’ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଚତୁର୍ଥ ସଂସ୍କରଣର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷଜ୍ଞ ପ୍ୟାନଲେରେ ବହୁ ବିଶେଷଜ୍ଞ ଏକାଠି ହୋଇ କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ […] The post କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା, ବିଶେଷଜ୍ଞ ପ୍ୟାନେଲରେ… appeared first on Dharitri Odia News.

କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା, ବିଶେଷଜ୍ଞ ପ୍ୟାନେଲରେ…

ଭୁବନେଶ୍ୱର,୨୪।୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ଏନେଇ ସଚେତନ ହେବାସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ୍‌’ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଚତୁର୍ଥ ସଂସ୍କରଣର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’।

ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷଜ୍ଞ ପ୍ୟାନଲେରେ ବହୁ ବିଶେଷଜ୍ଞ ଏକାଠି ହୋଇ କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା କରୁଛନ୍ତି। ପ୍ୟାନେଲକୁ ପରିଚାଳନା କରୁଛନ୍ତି ପରିବେଶବିତ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ଅରୁଣ କୃଷ୍ଣମୂର୍ତ୍ତି। ଏଥିସହ ଆଲୋଚନାରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, କ୍ଲାଇମ୍‌ ଆକ୍ଟ ଓ ୟୁଥ୍‌ ନେଗୋଟିଏଟର୍ସ ଏକାଡେମୀର ପ୍ରତିଷ୍ଠାତା ହୀତା ଲାଖାନୀ, ସାମୁଦ୍ରିକ ଜୀବବିଜ୍ଞାନୀ ଡକ୍ଟର ପୁନିଆସ୍ଲୋକ ଭଦୁରୀ ଏବଂ ରିଲାଏନ୍ସ ଫାଉଣ୍ଡେସନରେ ବିପର୍ଯ୍ୟୟ ପରିଚାଳନାର ଟିମ୍‌ ଲିଡର୍‌ ଦିବ୍ୟାକାନ୍ତ ନାୟକ ସାମିଲ୍‌ ହୋଇଛନ୍ତି।

The post କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ ଉପରେ ଆଲୋଚନା, ବିଶେଷଜ୍ଞ ପ୍ୟାନେଲରେ… appeared first on Dharitri Odia News.