କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ
ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। କ୍ଷତିପୂରଣ ଲାଗି ଅଙ୍କ ଛିଡ଼ୁ ନ ଥିବା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ନ ହୋଇ ମୃତଦେହ ପଡ଼ି ରହିଛି। ସୂଚନାନୁଯାୟୀ, ଚନ୍ଦକା ପଞ୍ଚାୟତର ଧୁସୁରିଗୁଡା ଗ୍ରାମର ଚମ୍ପି ନିଧିଙ୍କ ପୁଅ ସୀମାଞ୍ଚଳଙ୍କ ସହ ଅନ୍ୟ ଦୁଇ ଯୁବକ(ପାଙ୍ଗି ଆପାରାଓ ଏବଂ କୁରୁଡା […] The post କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ appeared first on Dharitri Odia News.
ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। କ୍ଷତିପୂରଣ ଲାଗି ଅଙ୍କ ଛିଡ଼ୁ ନ ଥିବା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ନ ହୋଇ ମୃତଦେହ ପଡ଼ି ରହିଛି।
ସୂଚନାନୁଯାୟୀ, ଚନ୍ଦକା ପଞ୍ଚାୟତର ଧୁସୁରିଗୁଡା ଗ୍ରାମର ଚମ୍ପି ନିଧିଙ୍କ ପୁଅ ସୀମାଞ୍ଚଳଙ୍କ ସହ ଅନ୍ୟ ଦୁଇ ଯୁବକ(ପାଙ୍ଗି ଆପାରାଓ ଏବଂ କୁରୁଡା ବଇ) ରାୟପୁର-ବିଶାଖାପାଟଣା-ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶନିବାର ବିଳମ୍ବିତ ରାତିରେ ପଞ୍ଚାୟତର ରାଇଗୁଡା ଟର୍ନେଲ ନିକଟରେ କାମ କରୁଥିବା ସମୟରେ ଏକ ଜେସିବି ମେଶିନ ମାଡ଼ିଯିବା ଯୋଗୁ ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଟର୍ନେଲ କାର୍ଯ୍ୟରେ ନିୟୋଜିତ କମ୍ପାନୀର କର୍ମକର୍ତ୍ତା ମୃତଦେହକୁ ଉଦ୍ଧାର କରି ଶନିବାର ସକାଳେ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ପୋଲିସ ନିକଟରେ ଦୁର୍ଘଟଣାକୁ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବାରୁ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ହୋଇଥିଲା। ଏହି ସମୟରେ ମୃତ ସିମାଞ୍ଚଳଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଦୁର୍ଘଟଣା ସମୟରେ ଉପସ୍ଥିତ ରହିଥିବା ଉପରୋକ୍ତ ଦୁଇ ଯୁବକଙ୍କଠାରୁ ବୁଝି କ୍ଷତିପୂରଣ ପାଇଁ ଦାବି କରିଥିଲେ । ହେଲେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିବା କମ୍ପାନୀ ପକ୍ଷରୁ ସହଯୋଗ ମିଳି ନାହିଁ। ପରିବାରଲୋକଙ୍କଠାରୁ ଲିଖିତ ଅଭିଯୋଗ ଗ୍ରହଣ କରି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତ ରହିଥିଲେ ମଧ୍ୟ କ୍ଷତିପୂରଣ ନେଇ ଛିଡୁ ନ ଥିବା ଅଙ୍କ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ନ ହୋଇ ପଡି ଛି ମୃତଦେହ । ଏହାକୁ ନେଇ ମୃତ ସମ୍ପର୍କୀୟଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାର ସମାଧାନ ହୋଇନାହିଁ।
The post କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ appeared first on Dharitri Odia News.