କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…
ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ ନେଉଛନ୍ତି। ଏପରିକି ସ୍ପିଟ୍ ଜିହାଦକଚ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ପୂର୍ବେ ଲକ୍ଷ୍ନୌରେ ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କ୍ଷୀରରେ ଛେପ ପକାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କ୍ଷୀର […] The post କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ… appeared first on Dharitri Odia News.
ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ ନେଉଛନ୍ତି। ଏପରିକି ସ୍ପିଟ୍ ଜିହାଦକଚ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ପୂର୍ବେ ଲକ୍ଷ୍ନୌରେ ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କ୍ଷୀରରେ ଛେପ ପକାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କ୍ଷୀର ଦେବାକୁ ଆସିଥିବା ଜଣେ ବ୍ୟକ୍ତି କ୍ଷୀରରେ ଛେପ ପକାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତିଙ୍କ ନାମ ଆଲାମ ବୋଲି କୁହାଯାଇଛି। ସେ ପ୍ରଦୀପ ଗୁପ୍ତାଙ୍କ ଘରେ ବର୍ଷ ବର୍ଷ ଧରି କ୍ଷୀର ଦେବାକୁ ଆସୁଥିଲେ। ହେଲେ ଏବେ ସେ କ୍ଷୀର ପାତ୍ରରେ ଛେପ ପକାଉଥିବା ସିସିଟିଭିରେ କଏଦ ହୋଇଥିବା କୁହାଯାଉଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଘଟଣାଟି ମୁରାଦାବାଦର କୋତାବଲି କଟଘର ଅଞ୍ଚଳର ଦେବାପୁରର ବୋଲି କୁହାଯାଉଛି।
ଏସ୍ପି ସିଟି ରଣବିଜୟ ସିଂ ମାମଲାକୁ ନେଇ ଗଣମାଧ୍ୟମକୁ କହିଛନ୍ତି, ଭିଡିଓକୁ ନେଇ ଦୁଇ ଭିନ୍ନ କଥା ସାମ୍ନାକୁ ଆସିଛି। ଗୋଟିଏ ପଟେ କ୍ଷୀରରେ ଛେପ ପକାଯାଇଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ସେ ପାତ୍ରକୁ ଦେଖି କ୍ଷୀରର ମାତ୍ରା ଦେଖୁଥିବା କହୁଛନ୍ତି। ଏଣୁ ଆମେ ଅପେକ୍ଷା କରିଛୁ। ଅଭିଯୋଗ ମିଳିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏବେ ଭିଡିଓର ଯାଞ୍ଚ ଚାଲିଥିବା ସେ କହିଛନ୍ତି।
The post କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ… appeared first on Dharitri Odia News.