କ୍ଷେତ୍ର ପ୍ରସ୍ତୁତିରେ ବିଜେଡି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ଵର: ଶ୍ରୀକ୍ଷେତ୍ରରୁ ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ସମୀକ୍ଷା ଆରମ୍ଭ କରିଥିଲେ ବିଜେଡି ସୁପ୍ରିମୋ। ଆଉ ଏବେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇଲେ ଦଳର ନେତା । ଅର୍ଥାତ୍ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଲାଣି ବିଜେଡି । ଆଜି ନବୀନ ନିବାସରେ ବ୍ରହ୍ମପୁର, ଆସ୍କା, କନ୍ଧମାଳ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରର ନେତାଙ୍କ ସହ ବୈଠକ କରିଛନ୍ତି ନବୀନ । ସେହିଭଳି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ନେତା ।Also read: ଶଙ୍ଖ ଧରିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସରୁ ଦେଇଥିଲେ ଇସ୍ତଫାମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା ବିଜେଡି । ପ୍ରଥମେ ଶ୍ରୀକ୍ଷେତ୍ରରୁ ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ସମୀକ୍ଷା ଆରମ୍ଭ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଆଜି ପୁରୀ ଲୋକସଭା କ୍ଷେତ୍ରର ସମସ୍ତ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିରରେ । ସେମାନେ ବଡ଼ ଦେଉଳକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଏମାନଙ୍କ ଭିତରେ ଥିଲେ ପୁରୀ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ  ତଥା ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ପୁରୀ ବିଧାନସଭା ଆସନ ପାଇଁ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ସୁନୀଲ ମହାନ୍ତି, ବ୍ରହ୍ମଗିରି ଆସନରୁ ସମ୍ଭାବ୍ୟ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀର ସମ୍ଭାବ୍ୟ ପ୍ରାର୍ଥୀ ସଞ୍ଜୟ ଦାସ

କ୍ଷେତ୍ର ପ୍ରସ୍ତୁତିରେ ବିଜେଡି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ଵର: ଶ୍ରୀକ୍ଷେତ୍ରରୁ ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ସମୀକ୍ଷା ଆରମ୍ଭ କରିଥିଲେ ବିଜେଡି ସୁପ୍ରିମୋ। ଆଉ ଏବେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇଲେ ଦଳର ନେତା । ଅର୍ଥାତ୍ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଲାଣି ବିଜେଡି । ଆଜି ନବୀନ ନିବାସରେ ବ୍ରହ୍ମପୁର, ଆସ୍କା, କନ୍ଧମାଳ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରର ନେତାଙ୍କ ସହ ବୈଠକ କରିଛନ୍ତି ନବୀନ । ସେହିଭଳି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ନେତା ।

Also read: ଶଙ୍ଖ ଧରିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା ବିଜେଡି । ପ୍ରଥମେ ଶ୍ରୀକ୍ଷେତ୍ରରୁ ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ସମୀକ୍ଷା ଆରମ୍ଭ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଆଜି ପୁରୀ ଲୋକସଭା କ୍ଷେତ୍ରର ସମସ୍ତ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିରରେ । ସେମାନେ ବଡ଼ ଦେଉଳକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଏମାନଙ୍କ ଭିତରେ ଥିଲେ ପୁରୀ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ  ତଥା ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ପୁରୀ ବିଧାନସଭା ଆସନ ପାଇଁ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ସୁନୀଲ ମହାନ୍ତି, ବ୍ରହ୍ମଗିରି ଆସନରୁ ସମ୍ଭାବ୍ୟ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀର ସମ୍ଭାବ୍ୟ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପିପିଲି ବିଧାୟକ ରୁଦ୍ର ମହାରଥୀ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ । ମହାପ୍ରଭୁଙ୍କ ଦର୍ଶନ ପରେ ବିଜେଡିର   ଏହି ନେତାମାନେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଧାରରେ ଆଗାମୀ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ । 

ସେପଟେ ନବୀନ ନିବାସରେ ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ସମୀକ୍ଷାକୁ ତ୍ବରାନ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ । ଆଜି ଗୋଟିଏ ଦିନରେ ଚାରି ଚାରିଟି ଲୋକସଭା କ୍ଷେତ୍ରର ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ । ପୂର୍ବାହ୍ନରେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା ହୋଇଥିବା ବେଳେ ଅପରାହ୍ଣରେ କନ୍ଧମାଳ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସମୀକ୍ଷା ହୋଇଛି । ଲୋକସଭା କ୍ଷେତ୍ର ସହ ସବୁ ବିଧାନସଭା ଆସନରେ ବିଜେଡି କିଭଳି ଜିତିବ ସେନେଇ କସରତକୁ ଜୋରଦାର କରିଛି ଦଳ । ଯେଉଁସବୁ ଆସନ ବିଜେଡି ହାତରେ ରହିଛି ସେଗୁଡ଼ିକୁ ପୁଣି କେମିତି ଅକ୍ତିଆର କରାଯିବ ଆଉ ଯେଉଁ ଆସନ ବିରୋଧୀଙ୍କ ହାତରେ ରହିଛି ସେସବୁ ଆସନକୁ କେମିତି ଛଡ଼ାଇ ଅଣାଯାଇପାରିବ ସେନେଇ ପ୍ରସ୍ତୁତ ହେଉଛି ରଣନୀତି । ସବୁ ଜାଗାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଗ୍ରାଉଣ୍ଡରେ ଲୋକଙ୍କ ନିକଟତର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । 

ପୂର୍ବରୁ ପୁରୀ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର ଲୋକସଭା କ୍ଷେତ୍ରର ସମୀକ୍ଷା ସରିଥିବା ବେଳେ ଆଜି ବ୍ରହ୍ମପୁର, ଆସ୍କା, କନ୍ଧମାଳ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସମୀକ୍ଷା ଶେଷ ହୋଇଛି । ଆଶା କରାଯାଉଛି ଆଗାମୀ ଦୁଇ ଚାରି ଦିନ ଭିତରେ ସମସ୍ତ ଲୋକସଭା କ୍ଷେତ୍ରର ସମୀକ୍ଷା ସରିବ ଆଉ ଫୁଲ୍ ଫେଜ୍ରେ ମଇଦାନକୁ ଓହ୍ଲାଇବ ବିଜେଡି ।