କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ ଆଫ୍ରିକା ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଥିଲା। କିନ୍ତୁ ଏହି ସମୟରେ ସୁର୍ଯ୍ୟକୁମାର ଯାଦବ ଏକ ଚମତ୍କାର କ୍ୟାଚ୍ ନେଇଥିଲେ ଏବଂ ମ୍ୟାଚକୁ ଭାରତ ସପକ୍ଷରେ ନେଇ ଆସିଥିଲେ। ଡେଭିଡ ମିଲରଙ୍କ ଏକ ଶଟରେ […] The post କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ appeared first on Dharitri Odia News.

କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ ଆଫ୍ରିକା ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଥିଲା।

କିନ୍ତୁ ଏହି ସମୟରେ ସୁର୍ଯ୍ୟକୁମାର ଯାଦବ ଏକ ଚମତ୍କାର କ୍ୟାଚ୍ ନେଇଥିଲେ ଏବଂ ମ୍ୟାଚକୁ ଭାରତ ସପକ୍ଷରେ ନେଇ ଆସିଥିଲେ। ଡେଭିଡ ମିଲରଙ୍କ ଏକ ଶଟରେ ସୁର୍ଯ୍ୟକୁମାର ଦୌଡ଼ି ଦୌଡ଼ି କ୍ୟାଚ୍ ଧରିଥିଲେ। ଯାହା ଭାରତ ପାଇଁ ଜିତିବାର ସୁଯୋଗ ବଢ଼ାଇ ଦେଇଥିଲା।

ଏହି କ୍ୟାଚ୍ ଏତେ ଦ୍ବନ୍ଦପୂର୍ଣ୍ଣ ଥିଲା ଯେ, ଏହା ଆଉଟ କି ଆଉଟ ନୁହେଁ ଜାଣିବା ପାଇଁ ଫିଲଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସାହାଯ୍ୟ ନେଇଥିଲେ। ସୂର୍ୟ୍ୟକୁମାର ଏକ କ୍ୟାଚ୍ ଠିକ ଭାବେ ନେଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ଏକାଧିକ କୋଣରୁ ଦେଖିଥିଲେ। ପରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭାରତୀୟ ଦଳ ସପକ୍ଷରେ ଗଲା ଏବଂ ଦକ୍ଷିଣ ଆଫ୍ରିକା ପରାଜୟ ଆଡକୁ ଅଗ୍ରସର ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଜା ଭିଡିଓ ବିବାଦ ଆରମ୍ଭ କରିଛି। ଏହା ଏକ କ୍ୟାଚ ନୁହେଁ ଏବଂ ଦକ୍ଷିଣ ଆଫ୍ରିକାକୁ ୬ ରନ୍ ପୁରସ୍କୃତ କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ସୁର୍ଯ୍ୟକୁମାରଙ୍କ ଏହି କ୍ୟାଚକୁ ନେଇ ଭାରତର ଫିଲ୍ଡିଂ କୋଚ୍ ଟି ଦିଲୀପ କହିଛନ୍ତି, ”ସେ ଅଭ୍ୟାସ ସମୟରେ ମଧ୍ୟ ସେପରି ୫୦ ଟି କ୍ୟାଚ୍ ନେଇଥାନ୍ତି…।”

ତିବ ମିଲରଙ୍କ ହିଟ୍ ଯଦି ଟିକିଏ ଶକ୍ତିଶାଳୀ ହୋଇଥାନ୍ତା, ଏହା ଆରାମରେ ସୀମା ଅତିକ୍ରମ କରିଥାନ୍ତା ଏବଂ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା। କିନ୍ତୁ ଏହା କ୍ୟାଚ ହେବାରୁ ଭାରତ ମାତ୍ର ୭ ରନରେ ବିଜୟ ହାସଲ କରିଛି।

The post କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ appeared first on Dharitri Odia News.