କ୍ୟାନ୍ସର କରିଦେଲା ଅନାଥ
ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ଚିଚେର ଗାଁରେ। ଏହି ଗ୍ରାମର ହିରାଲାଲ ବାଗ, ସ୍ତ୍ରୀ ନିରୁଦେଇ ବାଗ ଦୁଇ ନାବାଳିକା ୯ବର୍ଷର ପ୍ରମିଳା ଓ ୭ ବର୍ଷର ଦମୟନ୍ତୀଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ହେଲେ ହଠାତ୍ ଏହି ପରିବାର ଉପରକୁ […] The post କ୍ୟାନ୍ସର କରିଦେଲା ଅନାଥ appeared first on Dharitri Odia News.
ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ଚିଚେର ଗାଁରେ।
ଏହି ଗ୍ରାମର ହିରାଲାଲ ବାଗ, ସ୍ତ୍ରୀ ନିରୁଦେଇ ବାଗ ଦୁଇ ନାବାଳିକା ୯ବର୍ଷର ପ୍ରମିଳା ଓ ୭ ବର୍ଷର ଦମୟନ୍ତୀଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ହେଲେ ହଠାତ୍ ଏହି ପରିବାର ଉପରକୁ ଯେପରି କଳାମେଘ ଘୋଟିଆସିଲା। ନିରୁଦେଇ ସ୍ତନ କର୍କଟ ରୋଗରେ ପୀଡିତ ହେଲେ। ହୀରାଲାଲ ଯାହାକିଛି ସମ୍ବଳ ଥିବା ବିକିଭାଙ୍ଗି ତାଙ୍କ ଚିକିତ୍ସା କରାଇଲେ। ହେଲେ ଅଧିକ ଚିକିତ୍ସା ସମ୍ଭବ ହୋଇ ନ ଥିଲା। ଶେଷରେ ୨୦୨୦ରେ ସେ ସବୁଦିନ ପାଇଁ ଆଖି ବୁଜିଲେ। ନାବାଳିକା ଦ୍ୱୟ ବାପାଙ୍କ ଭରସାରେ ଦିନ କାଟିଲେ। ଏପରି ସମୟରେ ହୀରାଲାଲ ଲିଭର କ୍ୟାନ୍ସର ରୋଗରେ ପୀଡିତ ହୋଇ ୨୦୨୩ରେ ଆରପାରିକୁ ଚାଲିଗଲେ।
ସେହି ଦିନଠାରୁ ଦୁଇ ନାବାଳିକା ମା’ବାପା ଛେଉଣ୍ଡ ହୋଇ ଜେଜେବାପା ଡମ୍ବରୁଧରଙ୍କ ସାହାରାରେ ଦିନ କାଟୁଛନ୍ତି। ଡମ୍ବରୁଧର ଜଣେ ଦିବ୍ୟାଙ୍ଗ। ଏକ ଦୁର୍ଘଟଣାରେ ସେ ତାଙ୍କ ବାମ ହାତ ହରାଇଛନ୍ତି। ନିଜେ ଚଳିବାକୁ ଅକ୍ଷମ। ଏମିତି ଅବସ୍ଥାରେ ସେ କିପରି ଦୁଇ ନାବାଳିକାଙ୍କ କଥା ବୁଝିବେ ତାକୁ ନେଇ ପ୍ରଶ୍ନ। ନାବାଳିକା ଦ୍ୱୟ ଗାଁ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ହିଁ ତାଙ୍କୁ ବଞ୍ଚାଇ ରଖିଥିବା ଗାଁ ଲୋକେ କହନ୍ତି। ସରକାର ମା’ବାପା ଛେଉଣ୍ଡ ଦୁଇ ନାବାଳିକାଙ୍କ ଭରଣ ପୋଷଣ କରିବା ଜରୁରୀ ହୋଇପଡିଛି। ଖଡ଼ିଆଳ ତହସିଲଦାର ନରସିଂହ ଗଡ଼ବା ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ଦୁଇ ନାବାଳିକାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
The post କ୍ୟାନ୍ସର କରିଦେଲା ଅନାଥ appeared first on Dharitri Odia News.