କ୍ୟାନ୍ସର ରୋଗରୁ ଉପଶମ ଦେବ ‘ଜେନିକ୍’, ନୂଆ ଔଷଧ ତିଆରି କଲା ଭାରତୀୟ କମ୍ପାନି
ନୂଆଦିଲ୍ଲୀ: ରୋଗୀଙ୍କୁ ସହିବାକୁ ପଡ଼ିବନି ଅଧିକ ଯନ୍ତ୍ରଣା । ବ୍ଲଡ୍ କ୍ୟାନ୍ସର ଏବଂ ବୋନ୍ ମ୍ୟାରୋ କ୍ୟାନ୍ସର ଭଳି ଜଟିଳ ରୋଗରୁ ମିଳିବ ଉପଶମ । କାରଣ ଭାରତୀୟ ଔଷଧ ନିର୍ମାତା ଏଭଳି ଏକ ଔଷଧର ଉଦଭାବନ କରିଛି, ଯାହା କ୍ୟାନ୍ସର ଭଳି ଦୁରାରୋଗ୍ୟରୁ ଉପଶମ ଦେବ। ଖାଲି ସେତିକି ନୁହେଁ ଏହି ଔଷଧ ଖୁବ ସୁଲଭ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେବ।ମୁମ୍ବାଇର ଫାର୍ମାସ୍ୟୁଟିକାଲ କମ୍ପାନି ଓ୍ବକହାର୍ଡଟ ଆଣିଛି ଔଷଧ ‘ଜେନିକ’। କ୍ଲିନିକାଲ ଟ୍ରାଏଲ ପରେ ଏବେ ଏହାକୁ ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (USFDA) ଦ୍ବାରା ସାଧାରଣରେ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିଛି। ଅବଶ୍ୟ ଏବେବି ଏହାର ୩ୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି। ଭାରତରେ ଡିସିଜିଆଇ ମଧ୍ୟ ଏହି ଔଷଧର ପରୀକ୍ଷଣକୁ ଅନୁମତି ଦେଇଛି। ପରୀକ୍ଷଣ ଆରମ୍ଭ ମଧ୍ୟ ହୋଇସାରିଛି।କମ୍ପାନିj ଫାଉଣ୍ଡର ଚେୟାରମ୍ୟାନ ହାବିଲ ଖୋରାକିଓ୍ବାଲା କହିଛନ୍ତି, ଆର୍ଥିକ ବର୍ଷ ୨୦୨୫ ଶେଷ ସୁଦ୍ଧା ଅନ୍ତିମ ମଞ୍ଜୁରୀ ମିଳିବା ନେଇ ଅନୁମାନ କରାଯାଉଛି । ଏହାପରେ ଯଥାଶୀଘ୍ର ଔଷଧର କମର୍ସିଆଲ ଲଞ୍ଚ ଆରମ୍ଭ ହୋଇଯିବ। ଏହି ଆଣ୍ଟିବାୟୋଟିକ୍ ଗବେଷଣା ଏବଂ ପରୀକ୍ଷଣରେ ଉତ୍ତମ ପ୍ରଦର୍ଶନ କରିଛି। ଏହା ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ଲଞ୍ଚ ହେବା ନେଇ ଅନୁମାନ କରାଯାଉଛି। ସେ ଆହୁରି କହିଛନ୍ତି, ପରୀକ୍ଷଣ ସମୟରେ ଡାକ୍ତରଙ୍କୁ କେମୋଥେରାପି ପୁନଃ ଆରମ୍ଭ କରିବାରେ ବେଶ୍ ସହଯୋଗ ହୋଇଥିଲ
ନୂଆଦିଲ୍ଲୀ: ରୋଗୀଙ୍କୁ ସହିବାକୁ ପଡ଼ିବନି ଅଧିକ ଯନ୍ତ୍ରଣା । ବ୍ଲଡ୍ କ୍ୟାନ୍ସର ଏବଂ ବୋନ୍ ମ୍ୟାରୋ କ୍ୟାନ୍ସର ଭଳି ଜଟିଳ ରୋଗରୁ ମିଳିବ ଉପଶମ । କାରଣ ଭାରତୀୟ ଔଷଧ ନିର୍ମାତା ଏଭଳି ଏକ ଔଷଧର ଉଦଭାବନ କରିଛି, ଯାହା କ୍ୟାନ୍ସର ଭଳି ଦୁରାରୋଗ୍ୟରୁ ଉପଶମ ଦେବ। ଖାଲି ସେତିକି ନୁହେଁ ଏହି ଔଷଧ ଖୁବ ସୁଲଭ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେବ।
ମୁମ୍ବାଇର ଫାର୍ମାସ୍ୟୁଟିକାଲ କମ୍ପାନି ଓ୍ବକହାର୍ଡଟ ଆଣିଛି ଔଷଧ ‘ଜେନିକ’। କ୍ଲିନିକାଲ ଟ୍ରାଏଲ ପରେ ଏବେ ଏହାକୁ ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (USFDA) ଦ୍ବାରା ସାଧାରଣରେ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିଛି। ଅବଶ୍ୟ ଏବେବି ଏହାର ୩ୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି। ଭାରତରେ ଡିସିଜିଆଇ ମଧ୍ୟ ଏହି ଔଷଧର ପରୀକ୍ଷଣକୁ ଅନୁମତି ଦେଇଛି। ପରୀକ୍ଷଣ ଆରମ୍ଭ ମଧ୍ୟ ହୋଇସାରିଛି।
କମ୍ପାନିj ଫାଉଣ୍ଡର ଚେୟାରମ୍ୟାନ ହାବିଲ ଖୋରାକିଓ୍ବାଲା କହିଛନ୍ତି, ଆର୍ଥିକ ବର୍ଷ ୨୦୨୫ ଶେଷ ସୁଦ୍ଧା ଅନ୍ତିମ ମଞ୍ଜୁରୀ ମିଳିବା ନେଇ ଅନୁମାନ କରାଯାଉଛି । ଏହାପରେ ଯଥାଶୀଘ୍ର ଔଷଧର କମର୍ସିଆଲ ଲଞ୍ଚ ଆରମ୍ଭ ହୋଇଯିବ। ଏହି ଆଣ୍ଟିବାୟୋଟିକ୍ ଗବେଷଣା ଏବଂ ପରୀକ୍ଷଣରେ ଉତ୍ତମ ପ୍ରଦର୍ଶନ କରିଛି। ଏହା ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ଲଞ୍ଚ ହେବା ନେଇ ଅନୁମାନ କରାଯାଉଛି।
ସେ ଆହୁରି କହିଛନ୍ତି, ପରୀକ୍ଷଣ ସମୟରେ ଡାକ୍ତରଙ୍କୁ କେମୋଥେରାପି ପୁନଃ ଆରମ୍ଭ କରିବାରେ ବେଶ୍ ସହଯୋଗ ହୋଇଥିଲା ଏହି ଔଷଧ। ସେହିଭଳି ଓ୍ବକହାର୍ଡଟର ଔଷଧ ଆବିଷ୍କାର ଏବଂ ଗବେଷଣା ନିର୍ଦ୍ଦେଶକ ଡ.ମହେଶ ପଟେଲ ଏହାକୁ ନୂଆ ପେନିସିଲିନ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଏହି ଔଷଧକୁ ପ୍ରସ୍ତୁତ କରିବାକୁ ଲାଗିଥିଲା ୨୫ ବର୍ଷ। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ କେହି ଏହାର ପ୍ରତିଯୋଗିତା କରିପାରିବେ ନାହିଁ । ତେଣୁ ଏହି ଔଷଧ କ୍ୟାନ୍ସର ଏବଂ ଆଣ୍ଟିମାଇକ୍ରୋବାଏଲ ରେଜିଷ୍ଟାନ୍ସ ଜନିତ ରୋଗରେ ପୀଡ଼ିତ ରୋଗୀଙ୍କୁ ବେଶ୍ ଉପଶମ ଦେବ।