କ୍ୟାପଟେନ୍‌ କୁଲ୍‌ ଖେଳିଲେ ହେବେ ୧୮ କୋଟିରେ ରିଟେନ୍‌ ! ଏପରି କିଛି କହିଲେ ହରଭଜନ ସିଂ

ନୂଆଦିଲ୍ଲୀ ୨୭।୧୦: ଆଇପିଏଲ୍‌ ୨୦୨୫ । ଆରମ୍ଭ ପୂର୍ବରୁ ଜୋରଦାର ଚର୍ଚ୍ଚା । ଖାସ୍ କରି ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବେଶ୍‌ ଆଲୋଚନା । କ୍ୟାପଟେନ୍‌ କୁଲ୍‌ ଆଇପିଏଲ୍‌ ୨୦୨୫ରେ ଖେଳିବେ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ?  ଯଦି ଖେଳିବେ ତେବେ ଅନ୍‌କ୍ୟାପ୍‌ ପ୍ଲେୟର ଭାବେ ଚେନ୍ନାଇ ତାଙ୍କୁ ରିଟେନ କରିପାରେ । ଜଣେ ଅନକ୍ୟାପ୍‌ ପ୍ଲେୟରଙ୍କ ଫି ସର୍ବାଧିକ ରଖାଯାଇଛି ୪ କୋଟି । କିନ୍ତୁ ଟିମ୍‌ ଧୋନୀଙ୍କୁ ୧୮ କୋଟିରେ ରିଟେନ୍‌ କରିପାରେ । ଏବେ ଚିନ୍ତା କରୁଥିବେ କି ଏପରି କେମିତି ?  ଅନକ୍ୟାପ୍‌ ପ୍ଲେୟରଙ୍କ ଫି ୪ କୋଟି ରହିଥିବା ବେଳେ ଟିମ୍‌ କ୍ୟାପଟେନ୍‌ କୁଲଙ୍କୁ ୧୮ କୋଟି କେମିତି ଦେବ ?  ବାସ୍ତବରେ ସବୁ ଫ୍ରାଞ୍ଚାଇଜ୍‌ ନିଜ ପ୍ରଥମ ରିଟେନ୍‌ ପ୍ଲେୟରଙ୍କୁ ୧୮ କୋଟିରେ ରିଟେନ୍‌ କରିପାରିବେ । ଆଉ ଯଦି ସିଏସ୍‌କେ ଧୋନୀଙ୍କୁ ନିଜର ପ୍ରଥମ ରିଟେନ୍‌ ପ୍ଲେୟର ଭାବେ ରଖେ ତେବେ ସେ ୧୮ କୋଟିରେ କିଣା ହେବେ । ତେବେ ଏହାକୁ ନେଇ ଆମେ ନିଜସ୍ବ କିଛି କହୁନୁ । ଏପରି କିଛି ଆକଳନ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିସାରିଥିବା ପ୍ଲେୟର ହରଭଜନ ସିଂ । ଏକ ପୋଡକାଷ୍ଟରେ ହରଭଜନ ସିଂ CSKର ରିଟେନସନ୍‌ ରଣନୀତି ଉପରେ ଆଲୋଚନା କରିଥିଲେ।  ସେ କହିଛନ୍ତି, "ଧୋନି ଖେଳିବେ କି ନାହିଁ ମୁଁ ନିଶ୍ଚିତ କରିପାରିବିନି । କିନ୍ତୁ ଯଦି ସେ ଖେଳନ୍ତି ତେବେ ସେ ଟିମ୍‌ର ହେବେ ପ୍ରଥମ ପସନ୍ଦ । ଏବେ ପ୍ରଶ୍ନ ଆସୁଛି ଧୋନିଙ୍କ

କ୍ୟାପଟେନ୍‌ କୁଲ୍‌ ଖେଳିଲେ ହେବେ ୧୮ କୋଟିରେ ରିଟେନ୍‌ ! ଏପରି କିଛି କହିଲେ ହରଭଜନ ସିଂ

ନୂଆଦିଲ୍ଲୀ ୨୭।୧୦: ଆଇପିଏଲ୍‌ ୨୦୨୫ । ଆରମ୍ଭ ପୂର୍ବରୁ ଜୋରଦାର ଚର୍ଚ୍ଚା । ଖାସ୍ କରି ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବେଶ୍‌ ଆଲୋଚନା । କ୍ୟାପଟେନ୍‌ କୁଲ୍‌ ଆଇପିଏଲ୍‌ ୨୦୨୫ରେ ଖେଳିବେ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ?  ଯଦି ଖେଳିବେ ତେବେ ଅନ୍‌କ୍ୟାପ୍‌ ପ୍ଲେୟର ଭାବେ ଚେନ୍ନାଇ ତାଙ୍କୁ ରିଟେନ କରିପାରେ । ଜଣେ ଅନକ୍ୟାପ୍‌ ପ୍ଲେୟରଙ୍କ ଫି ସର୍ବାଧିକ ରଖାଯାଇଛି ୪ କୋଟି । କିନ୍ତୁ ଟିମ୍‌ ଧୋନୀଙ୍କୁ ୧୮ କୋଟିରେ ରିଟେନ୍‌ କରିପାରେ । ଏବେ ଚିନ୍ତା କରୁଥିବେ କି ଏପରି କେମିତି ?  ଅନକ୍ୟାପ୍‌ ପ୍ଲେୟରଙ୍କ ଫି ୪ କୋଟି ରହିଥିବା ବେଳେ ଟିମ୍‌ କ୍ୟାପଟେନ୍‌ କୁଲଙ୍କୁ ୧୮ କୋଟି କେମିତି ଦେବ ?  

ବାସ୍ତବରେ ସବୁ ଫ୍ରାଞ୍ଚାଇଜ୍‌ ନିଜ ପ୍ରଥମ ରିଟେନ୍‌ ପ୍ଲେୟରଙ୍କୁ ୧୮ କୋଟିରେ ରିଟେନ୍‌ କରିପାରିବେ । ଆଉ ଯଦି ସିଏସ୍‌କେ ଧୋନୀଙ୍କୁ ନିଜର ପ୍ରଥମ ରିଟେନ୍‌ ପ୍ଲେୟର ଭାବେ ରଖେ ତେବେ ସେ ୧୮ କୋଟିରେ କିଣା ହେବେ । ତେବେ ଏହାକୁ ନେଇ ଆମେ ନିଜସ୍ବ କିଛି କହୁନୁ । ଏପରି କିଛି ଆକଳନ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିସାରିଥିବା ପ୍ଲେୟର ହରଭଜନ ସିଂ । ଏକ ପୋଡକାଷ୍ଟରେ ହରଭଜନ ସିଂ CSKର ରିଟେନସନ୍‌ ରଣନୀତି ଉପରେ ଆଲୋଚନା କରିଥିଲେ।  ସେ କହିଛନ୍ତି, "ଧୋନି ଖେଳିବେ କି ନାହିଁ ମୁଁ ନିଶ୍ଚିତ କରିପାରିବିନି । କିନ୍ତୁ ଯଦି ସେ ଖେଳନ୍ତି ତେବେ ସେ ଟିମ୍‌ର ହେବେ ପ୍ରଥମ ପସନ୍ଦ । 

ଏବେ ପ୍ରଶ୍ନ ଆସୁଛି ଧୋନିଙ୍କ ବ୍ୟତୀତ CSKର ସେକେଣ୍ଡ ଅପସନ୍‌ କିଏ ? ଏହାକୁ ନେଇ ମଧ୍ୟ ଉତ୍ତର ରଖିଛନ୍ତି ହରଭଜନ ସିଂ । ସେ କହିଛନ୍ତି ଏମଏସ ଧୋନିଙ୍କ ପରେ CSKର ଟାର୍ଗେଟ ରବିନ୍ଦ୍ର ଜାଡେଜା ଏବଂ ରଚିନ୍ ରବିନ୍ଦ୍ର ହୋଇପାରନ୍ତି । CSK ପାଇଁ ଖେଳିବାର ୧୦ବର୍ଷର ଅଭିଜ୍ଞତା ଜାଡେଜାଙ୍କ ପାଖରେ ରହିଛି । ଏହାବ୍ୟତୀତ  ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଗତ ସିଜନରେ ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ । ଯେଉଁଥିରେ ସେ CSK ପାଇଁ ୧୦ଟି ମ୍ୟାଚରେ କରିଥିଲେ ୨୨୨ ରନ୍‌ ସ୍କୋର୍‌ ।  

ଯଦି ଭାରତୀୟ ପ୍ଲେୟରଙ୍କ କଥା ଆସେ ତେବେ ଚେନ୍ନାଇର ପସନ୍ଦ ରୁତୁରାଜ ଗାଇକୱାଡ । ତାଙ୍କୁ ଟିମ୍‌ ୧୮ କୋଟିରେ ରିଟେନ୍‌ କରିବା ନେଇ କହିଛନ୍ତି ପୂର୍ବତନ ଭାରତୀୟ ସ୍ପିନ୍ ବୋଲର । ଆଇପିଏଲ୍ ୨୦୨୪ରେ ଗାଇକୱାଡଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଭଲ ପ୍ରଦର୍ଶନ କରିଥିଲା ଏବଂ ଦଳ ପ୍ଲେ ଅଫ୍ ଆଡକୁ ଯାଇଥିଲା ।  କିନ୍ତୁ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ପରାଜୟ ପରେ ପ୍ଲେ ଅଫ୍ରୁ ହୋଇଥିଲା ବାହାରେ । CSK ରିଟେନ୍ସନ୍‌ର ପ୍ରଥମ ଚଏସ୍‌ ଭାବେ ଲିଷ୍ଟରେ ରହିପାରନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ମାଥିଶା ପାଥିରାନା ।  ଯିଏକି ଗତ ୨ଟି ସିଜିନ୍‌ରେ CSK ପାଇଁ କରିଥିଲେ ଚମତ୍କାର ପ୍ରଦର୍ଶନ । ଏମିତିକି ଆଇପିଏଲ୍ ଜଗତରେ ସୃଷ୍ଟି କରିଥିଲେ ହଇଚଇ । 

ହରଭଜନ ସିଂଙ୍କ ଅନୁଯାୟୀ, CSKର ସମ୍ଭାବ୍ୟ ରିଟେନସନ୍‌ ଲିଷ୍ଟରେ ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଇକୱାଡ, ରଚିନ୍ ରବିନ୍ଦ୍ର, ମାଥିଶା ପାଥିରାନା ରହିଛନ୍ତି । ତେବେ ଦେଖିବାକୁ ରହିଲା ଟିମ୍‌ CSKର କିଏ ହେବେ ପ୍ରଥମ ରିଟେନ୍ ପ୍ଲେୟର, ଆଉ କିଏ ନେବେ ୧୮ କୋଟି...