କ୍ୟାପଟେନ୍-ବାନ୍ଧବୀ ହାଇଡ୍ରାମା ଘଟଣା, ଉଭୟଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର ୨୨।୦୯ : ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। କ୍ୟାପଟେନ୍ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ଦିଗ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଭୁବନେଶ୍ବର 120 ବାଟାଲିୟନରେ କ୍ରାଇମବ୍ରାଞ୍ଚ୍ ଟିମ୍ କ୍ୟାପଟେନ୍ ଗୁରବନ୍ତ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ପଚରାଉଚୁରା ଚାଲିଛି । ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ କେଉଁ ପ୍ରକାର ବ୍ୟବହାର କରାଯାଇଥିଲା । ସେହିପରି ରାସ୍ତାରେ ଯୁବକମାନଙ୍କ ସହ ହୋଇଥିବା ଗଣ୍ଡଗୋଳ ସମୟରେ କଣ ହୋଇଥିଲା, ସେନେଇ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ଭୁବନେଶ୍ୱରର ପୋଲିସ୍ ସେବା ଭବନ ଆଗରେ ଧାରଣାରେ ବସିଛନ୍ତି ନିଲମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର। ବିନା ଦୋଷରେ କାହିଁକି ସେମାନଙ୍କୁ ନିଲମ୍ବନ କରାଗଲା। ପୋଲିସ୍ ଅଧିକାରୀଙ୍କୁ ଭେଟି ସହ କାନ୍ଦି କାନ୍ଦି ନିଜର ଗୁହାରି ଜଣାଇଛନ୍ତି।

କ୍ୟାପଟେନ୍-ବାନ୍ଧବୀ ହାଇଡ୍ରାମା ଘଟଣା, ଉଭୟଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର ୨୨।୦୯ : ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। କ୍ୟାପଟେନ୍ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ଦିଗ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଭୁବନେଶ୍ବର 120 ବାଟାଲିୟନରେ କ୍ରାଇମବ୍ରାଞ୍ଚ୍ ଟିମ୍ କ୍ୟାପଟେନ୍ ଗୁରବନ୍ତ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ପଚରାଉଚୁରା ଚାଲିଛି । ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ କେଉଁ ପ୍ରକାର ବ୍ୟବହାର କରାଯାଇଥିଲା । 

ସେହିପରି ରାସ୍ତାରେ ଯୁବକମାନଙ୍କ ସହ ହୋଇଥିବା ଗଣ୍ଡଗୋଳ ସମୟରେ କଣ ହୋଇଥିଲା, ସେନେଇ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ଭୁବନେଶ୍ୱରର ପୋଲିସ୍ ସେବା ଭବନ ଆଗରେ ଧାରଣାରେ ବସିଛନ୍ତି ନିଲମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର। ବିନା ଦୋଷରେ କାହିଁକି ସେମାନଙ୍କୁ ନିଲମ୍ବନ କରାଗଲା। ପୋଲିସ୍ ଅଧିକାରୀଙ୍କୁ ଭେଟି ସହ କାନ୍ଦି କାନ୍ଦି ନିଜର ଗୁହାରି ଜଣାଇଛନ୍ତି।