କ୍ୟାପଟେନ୍ ରୋହିତ ଶର୍ମା, ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଟ୍‌ମ୍ୟାନ୍‌ଙ୍କ ଜବରଦସ୍ତ ରେକର୍ଡ

ମୁମ୍ବାଇ ୨୫।୦୨ : ରୋହିତ ଶର୍ମା। କ୍ୟାପଟେନ୍ ଭାବେ ରେକର୍ଡ ବେମିସାଲ୍। ଖାସ କରି ଆଇସିସି ଟୁର୍ଣ୍ଣାମେଣ୍ଟରେ ସମସ୍ତଙ୍କ ଠାରୁ ଆଗରେ କ୍ୟାପଟେନ୍ ରୋହିତ । ଶେଷ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ୨୧ଟି ମ୍ୟାଚ୍‌ରୁ ୨୦ଟିରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଅଧିନାୟକରେ ଟିମ୍ କେବଳ ଗୋଟିଏ ମ୍ୟାଚ୍ ହାରିଛି। ତାହା ପୁଣି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ।ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ ଖେଳିଥିଲା । ଯେଉଁଠି ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା । ଆଉ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ସେମିରେ ମାରିଥିଲା ଏଣ୍ଟ୍ରି । ସେମି ମୁକାବିଲାରେ ବିରୋଧୀ ଟିମ୍‌କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ସେତେବେଳକୁ ଦଳ ୨୦୨୩   ବିଶ୍ୱକପ୍‌ରେ ଲଗାତର ୧୦ ମ୍ୟାଚ୍‌ ଜିତିଥିଲା । ୨୦୨୩ ଦିନିକିଆ ଓ୍ୱାଲ୍ଡ କପ୍‌ର କିଛି ମାସ ପରେ ଆରମ୍ଭ ହୋଇଥିଲା ୨୦୨୪ ଟି-୨୦ ବିଶ୍ୱକପ୍‌ । ସେଠାରେ ବି ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲା । ପୁରା ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ହେଲେ ମ୍ୟାଚ୍‌ ହାରିନଥିଲା ଟିମ୍‌ ଇଣ୍ଡିଆ ।ଶେଷରେ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ । ଆଉ ଏବେ ଆରମ୍ଭ ହୋଇଛି ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ । ପାକିସ୍ତାନ ଏବଂ ଦ

କ୍ୟାପଟେନ୍ ରୋହିତ ଶର୍ମା, ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଟ୍‌ମ୍ୟାନ୍‌ଙ୍କ ଜବରଦସ୍ତ ରେକର୍ଡ

ମୁମ୍ବାଇ ୨୫।୦୨ : ରୋହିତ ଶର୍ମା। କ୍ୟାପଟେନ୍ ଭାବେ ରେକର୍ଡ ବେମିସାଲ୍। ଖାସ କରି ଆଇସିସି ଟୁର୍ଣ୍ଣାମେଣ୍ଟରେ ସମସ୍ତଙ୍କ ଠାରୁ ଆଗରେ କ୍ୟାପଟେନ୍ ରୋହିତ । ଶେଷ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ୨୧ଟି ମ୍ୟାଚ୍‌ରୁ ୨୦ଟିରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଅଧିନାୟକରେ ଟିମ୍ କେବଳ ଗୋଟିଏ ମ୍ୟାଚ୍ ହାରିଛି। ତାହା ପୁଣି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ ଖେଳିଥିଲା । ଯେଉଁଠି ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା । ଆଉ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ସେମିରେ ମାରିଥିଲା ଏଣ୍ଟ୍ରି । ସେମି ମୁକାବିଲାରେ ବିରୋଧୀ ଟିମ୍‌କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ସେତେବେଳକୁ ଦଳ ୨୦୨୩   ବିଶ୍ୱକପ୍‌ରେ ଲଗାତର ୧୦ ମ୍ୟାଚ୍‌ ଜିତିଥିଲା । 

୨୦୨୩ ଦିନିକିଆ ଓ୍ୱାଲ୍ଡ କପ୍‌ର କିଛି ମାସ ପରେ ଆରମ୍ଭ ହୋଇଥିଲା ୨୦୨୪ ଟି-୨୦ ବିଶ୍ୱକପ୍‌ । ସେଠାରେ ବି ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲା । ପୁରା ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ହେଲେ ମ୍ୟାଚ୍‌ ହାରିନଥିଲା ଟିମ୍‌ ଇଣ୍ଡିଆ ।ଶେଷରେ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ । ଆଉ ଏବେ ଆରମ୍ଭ ହୋଇଛି ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ । ପାକିସ୍ତାନ ଏବଂ ଦୁବାଇରେ ଖେଳାଯାଉଛି ଆଇସିସି ଚମ୍ପିଆନ୍ସଟ୍ରଫି ୨୦୨୫ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ୨ୟ ମୁକାବିଲାରେ ପାକିସ୍ତାନଠୁ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ତେବେ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକରେ ମୋଟ ୨୧ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରୁ ମାତ୍ର ଗୋଟିଏର ଦଳ ପରାସ୍ତ ହୋଇଛି ।