କ୍ୟାବିନେଟରେ ୬ପ୍ରସ୍ତାବକୁ ମଞ୍ଜୁରୀ,ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର ହେବ

ସୁଭଦ୍ରା ଯୋଜନାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ।  ରାଜ୍ୟ କ୍ୟାବିନେଟ ବୈଠକରେ ଏହି ସଂଶୋଧନକୁ ମଞ୍ଜୁରୀ ମିଳିଛି।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି ।  ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରିବାକୁ ସୁଭଦ୍ରା ଯୋଜନାର ସଂଶୋଧନକୁ ମଞ୍ଜୁରୀ ମିଳିଛି । ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ ।  ଏଯାଏ […] The post କ୍ୟାବିନେଟରେ ୬ପ୍ରସ୍ତାବକୁ ମଞ୍ଜୁରୀ,ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର ହେବ appeared first on KNews Odisha.

କ୍ୟାବିନେଟରେ ୬ପ୍ରସ୍ତାବକୁ ମଞ୍ଜୁରୀ,ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର ହେବ
subhadra-yojana-toll-free-no

ସୁଭଦ୍ରା ଯୋଜନାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ।  ରାଜ୍ୟ କ୍ୟାବିନେଟ ବୈଠକରେ ଏହି ସଂଶୋଧନକୁ ମଞ୍ଜୁରୀ ମିଳିଛି।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି ।  ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରିବାକୁ ସୁଭଦ୍ରା ଯୋଜନାର ସଂଶୋଧନକୁ ମଞ୍ଜୁରୀ ମିଳିଛି ।

ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ ।  ଏଯାଏ ମୋଟ୍ ୧ କୋଟି ୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଏହା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୩୧୦୦ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି ।  ଏ ନେଇ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।

ରାଜ୍ୟ ସରକାର ସମୃଦ୍ଧ କୃଷକ ଯୋଜନା ନାଁରେ ଏକ କୃଷକ କଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ସେହିପରେ ବର୍ତ୍ତମାନ ବିଧାନସଭା ଅଧିବେଶନ ନ ଥିବାରୁ କ୍ୟାବିନେଟ ବୈଠକରେ ଜିଏସଟି ଆକ୍ଟରେ ସଂଶୋଧନ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସଂଯୋଗୀକରଣ ବଢାଇବାକୁ ନିଷ୍ପତ୍ତି ହୋଇଛି। ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି ।  ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post କ୍ୟାବିନେଟରେ ୬ପ୍ରସ୍ତାବକୁ ମଞ୍ଜୁରୀ,ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର ହେବ appeared first on KNews Odisha.