କ୍ୟାବିନେଟ୍‌ ମିଟିଂ ପୂର୍ବରୁ ଶାହଙ୍କୁ ଭେଟିଲେ ଯୋଗୀ

ଉଭୟଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍‌ ଧରି ଆଲୋଚନା ହୋଇଛି।

କ୍ୟାବିନେଟ୍‌ ମିଟିଂ ପୂର୍ବରୁ ଶାହଙ୍କୁ ଭେଟିଲେ ଯୋଗୀ

ଆରମ୍ଭ ହୋଇଯାଇଛି ମୋଦିଙ୍କ ୩.୦ ସରକାର। ଆଜି ନୂଆ ମନ୍ତ୍ରୀଙ୍କୁ ନେଇ କ୍ୟାବିନେଟ୍‌ ବୈଠକ ବସିବ। ତେବେ ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

ଦିଲ୍ଲୀ ଯାଇ ଯୋଗୀ ଆଦିତ୍ୟ ନାଥ ଅମିତ ଶାହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍‌ ଧରି ଆଲୋଚନା ହୋଇଛି। ଇତିମଧ୍ୟରେ ଅମିତ ଶହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା କରାଯାଉଛି।

ଉତ୍ତରପ୍ରଦେଶର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ଅମିତ ଶହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ ମଧ୍ୟ କଥାବାର୍ତ୍ତା ହୋଇଥିବା କୁହାଯାଉଛି।

ଏଥର ବିଜେପିକୁ ଉତ୍ତରପ୍ରଦେଶରେ ବଡ଼ କ୍ଷତି ସହିବାକୁ ପଡିଛି। ଗତଥର ଯେଉଁଠାରେ ବିଜେପି ୬୨ଟି ଆସନ ଜିତିଥିଲା। ଏଥର ସେଠି କେବଳ ୩୩ ଟି ଆସନରେ ସୀମିତ ରହିଛି। ଏପରିକି ବିଜେପିର ଅନେକ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଅଜୟ ମିଶ୍ର ଟେନି, ରାମଶଙ୍କର କଠୋରିଆ ଭଳି ବଡ଼ ବଡ଼ ନେତା ନିର୍ବାଚନରେ ​​ହାରି ଯାଇଛନ୍ତି। କେବଳ ଏତିକି ନୁହେଁ ଏନଡିଏର ଅଂଶବିଶେଷ ଥିବା ଅନୁପ୍ରିଆ ପଟେଲଙ୍କ ଦଳ ଅପନା ଦଲ (ଏସ) ମଧ୍ୟ ଦୁଇଟି ଆସନ ମଧ୍ୟରୁ କେବଳ ଗୋଟିଏ ଜିତିବାରେ ସକ୍ଷମ ହୋଇଛି।