କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ
ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଅଣପରିଚାଳନାଗତ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ପଦବୀଗୁଡ଼ିକରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ନିମନ୍ତେ ୧୦୦ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ଖବର ପ୍ରକାଶ ପାଇଥିଲା। ସୋମବାର ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା […] The post କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ appeared first on Dharitri Odia News.
ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଅଣପରିଚାଳନାଗତ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ପଦବୀଗୁଡ଼ିକରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ନିମନ୍ତେ ୧୦୦ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ଖବର ପ୍ରକାଶ ପାଇଥିଲା। ସୋମବାର ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଘୋଷଣା କରିଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ସୋସିଆଲ ମିଡିଆରୁ ଉକ୍ତ ପୋଷ୍ଟକୁ ହଟାଇଦେଇଛନ୍ତି।
କର୍ନାଟକର ସମସ୍ତ ଘରୋଇ ଶିଳ୍ପସଂସ୍ଥାରେ ଥିବା ଗ୍ରୁପ୍ ସି ଏବଂ ଡି ପଦବୀଗୁଡ଼ିକରେ ୧୦୦ ପ୍ରତିଶତ କାନାଡିଗାଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ। ରାଜ୍ୟ କ୍ୟାବିନେଟ୍ ଉକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। କାନାଡିଗାମାନଙ୍କ କଲ୍ୟାଣ ଦେଖିବା ଆମ ସରକାରଙ୍କର ପ୍ରାଥମିକତା ବୋଲି ସିଦ୍ଦାରାମାୟା ଏକ୍ସ’ରେ ପୋଷ୍ଟ କରିଥିଲେ। ପରେ ସେ ଏହାକୁ ଡିଲିଟ୍ କରିଦେଇଛନ୍ତି। ଶିଳ୍ପସଂସ୍ଥା ଏବଂ ବିଶେଷଜ୍ଞମାନଙ୍କ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ଏକ ସଂଶୋଧିତ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି, ରାଜ୍ୟର ଘରୋଇ ଶିଳ୍ପ ଓ ଅନ୍ୟାନ୍ୟ ସଂସ୍ଥାର ପ୍ରଶାସନିକ ପଦବୀରେ ନିଯୁକ୍ତି ଲାଗି ୫୦% ଏବଂ ଅଣପ୍ରଶାସନିକ ପଦବୀରେ ନିଯୁକ୍ତି ନିମନ୍ତେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍କୁ ସୋମବାର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।
The post କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ appeared first on Dharitri Odia News.