କ୍ୟାମେରା ଆଗରେ କାନ୍ଦି ପକାଇଲେ ଟ୍ରୁଡ଼ୋ
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଭାବେ ନିଜର ଶେଷ ଗଣମାଧ୍ୟମ ବିବୃତିରେ ଜଷ୍ଟିନ ଟ୍ରୁଡ଼ୋ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି। ୧୦ ବର୍ଷର କାର୍ଯ୍ୟକାଳରେ ବିଭିନ୍ନ ଅପ୍ରତ୍ୟାଶିତ ମୁହୂର୍ତ୍ତକୁ ମନେ ପକାଇ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ବାରା ଜାରି ହୋଇଥିବା ବିଭିନ୍ନ ଶୁଳ୍କକୁ ନେଇ ଟ୍ରୁଡ଼ୋ ଭାବପ୍ରବଣ ହୋଇପଡ଼ିଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରଠାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଜଟିଳ ସମୟ ଦେଇ ଗତି କରିବାକୁ ପଡ଼ିଥିବା ସେ କହିଛନ୍ତି। […]

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଭାବେ ନିଜର ଶେଷ ଗଣମାଧ୍ୟମ ବିବୃତିରେ ଜଷ୍ଟିନ ଟ୍ରୁଡ଼ୋ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି। ୧୦ ବର୍ଷର କାର୍ଯ୍ୟକାଳରେ ବିଭିନ୍ନ ଅପ୍ରତ୍ୟାଶିତ ମୁହୂର୍ତ୍ତକୁ ମନେ ପକାଇ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ବାରା ଜାରି ହୋଇଥିବା ବିଭିନ୍ନ ଶୁଳ୍କକୁ ନେଇ ଟ୍ରୁଡ଼ୋ ଭାବପ୍ରବଣ ହୋଇପଡ଼ିଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରଠାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଜଟିଳ ସମୟ ଦେଇ ଗତି କରିବାକୁ ପଡ଼ିଥିବା ସେ କହିଛନ୍ତି। ଜାନୁଆରିରେ ଇସ୍ତଫା ଘୋଷଣା କରିଥିବା ଟ୍ରୁଡ଼ୋ ଆସନ୍ତା ମାର୍ଚ୍ଚ ୯ ତାରିଖରେ ନୂଆ ନେତା ବଛାଯିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବେ। ୧୦ ବର୍ଷର କାର୍ଯ୍ୟକାଳରେ ଟ୍ରୁଡ଼ୋ ସାମ୍ନା କରିଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ମନେ ପକାଇ କହିଛନ୍ତି, ବ୍ୟକ୍ତିଗତ ସ୍ତରରେ ମୁଁ ପ୍ରତିଦିନ କାନାଡାବାସୀଙ୍କ ସ୍ବାର୍ଥକୁ ପ୍ରଥମେ ରଖେ। ମୁଁ ସର୍ବଦା ଲୋକଙ୍କୁ ସମର୍ଥନ କରେ। ଏପରିକି ଏହି ସରକାରର ଶେଷ ଦିନ ଗୁଡ଼ିକରେ ମଧ୍ୟ ମୁଁ କାନାଡାର ନାଗରିକଙ୍କୁ ଦୁର୍ବଳ କରିବାକୁ ଚାହେନା କି ଭବିଷ୍ୟତରେ ବି ଏମିତି ନହେଉ ବୋଲି ଟ୍ରୁଡ଼ୋ କହିଛନ୍ତି।