କ୍ୟାମେରାରେ ରେକର୍ଡ ଦଳୀୟ କନ୍ଦଳ; ଏନସିପି ଶରଦ ଗୋଷ୍ଠୀର ଦୁଇ ନେତା ହାତାହାତି
ମୁମ୍ବାଇ: ନଭେମ୍ବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟରେ ରାଜନୀତି ସରଗରମ ହେଲାଣି । ଗଡ଼ ଜତିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ବିଭିନ୍ନ ରାଜନୈତିକ ଦଳମାନେ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋକାଭିମୁଖୀ ଯୋଜନାମାନ ମଧ୍ୟ ଘୋଷଣା କରୁଛନ୍ତି । ଏହି ଭିତରେ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ରାଜନୀତି ହିଂସା ଦେଖିବାକୁ ମିଳିଛି । କ୍ୟାମେରା ଆଗରେ ହାତାହାତି ହୋଇଛନ୍ତି ଏନସିପିର ଦୁଇ ବଡ଼ ନେତା।ଏନ୍ସିପି ଶରଦ ପାଓ୍ୱାର ଗୋଷ୍ଠୀର ଦୁଇ ବଡ଼ ନେତା ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପରସ୍ପର ଉପରକୁ ହାତ ଉଠାଇବାକୁ ପଛେଇ ନାହାନ୍ତି । ସେଠାରେ ଉପସ୍ଥିତ ଲୋକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତି ପଡିଛି। ଅକ୍ଟୋବର ୨୭ ତାରିଖ ମୁଂବ୍ରା ବିଧାନସଭା ଆସନରେ ଏଭଳି ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ଏନ୍ସିପି ଶରଦ ପାଓ୍ୱାରଙ୍କ ଗୋଷ୍ଠୀର ନେତା ଜିତେନ୍ଦ୍ର ଆହ୍ୱାଡ ମୁଂବ୍ରାରେ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ । ନିର୍ବାଚନୀ ଘୋଷଣା ପତ୍ରକୁ ନେଇ ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ର ଉପାଧ୍ୟକ୍ଷ ୟୁନୁସ ଶେଖଙ୍କ ସହ ତାଙ୍କର ଝଗଡା ହୋଇଥିଲା। ବାକ୍ ଯୁଦ୍ଧ କିଛି ସମୟ ପାଇଁ ହାତାହାତିକୁ ଚାଲିଯାଇଥିଲା । ଦୁହେଁ ଉଭୟଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛେଇ ନଥିଲେ । ଏନସିପି ଶରଦ ପାଓ୍ବାରଙ୍କ ଗୋଷ୍ଠୀରେ ଦଳଗତ ବିବାଦ ଅଧିକ ଦେଖିବାକୁ ମିଳୁଛି । ଯାହ
ମୁମ୍ବାଇ: ନଭେମ୍ବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟରେ ରାଜନୀତି ସରଗରମ ହେଲାଣି । ଗଡ଼ ଜତିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ବିଭିନ୍ନ ରାଜନୈତିକ ଦଳମାନେ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋକାଭିମୁଖୀ ଯୋଜନାମାନ ମଧ୍ୟ ଘୋଷଣା କରୁଛନ୍ତି । ଏହି ଭିତରେ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ରାଜନୀତି ହିଂସା ଦେଖିବାକୁ ମିଳିଛି । କ୍ୟାମେରା ଆଗରେ ହାତାହାତି ହୋଇଛନ୍ତି ଏନସିପିର ଦୁଇ ବଡ଼ ନେତା।
ଏନ୍ସିପି ଶରଦ ପାଓ୍ୱାର ଗୋଷ୍ଠୀର ଦୁଇ ବଡ଼ ନେତା ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପରସ୍ପର ଉପରକୁ ହାତ ଉଠାଇବାକୁ ପଛେଇ ନାହାନ୍ତି । ସେଠାରେ ଉପସ୍ଥିତ ଲୋକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତି ପଡିଛି।
ଅକ୍ଟୋବର ୨୭ ତାରିଖ ମୁଂବ୍ରା ବିଧାନସଭା ଆସନରେ ଏଭଳି ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ଏନ୍ସିପି ଶରଦ ପାଓ୍ୱାରଙ୍କ ଗୋଷ୍ଠୀର ନେତା ଜିତେନ୍ଦ୍ର ଆହ୍ୱାଡ ମୁଂବ୍ରାରେ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ । ନିର୍ବାଚନୀ ଘୋଷଣା ପତ୍ରକୁ ନେଇ ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ର ଉପାଧ୍ୟକ୍ଷ ୟୁନୁସ ଶେଖଙ୍କ ସହ ତାଙ୍କର ଝଗଡା ହୋଇଥିଲା। ବାକ୍ ଯୁଦ୍ଧ କିଛି ସମୟ ପାଇଁ ହାତାହାତିକୁ ଚାଲିଯାଇଥିଲା । ଦୁହେଁ ଉଭୟଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛେଇ ନଥିଲେ । ଏନସିପି ଶରଦ ପାଓ୍ବାରଙ୍କ ଗୋଷ୍ଠୀରେ ଦଳଗତ ବିବାଦ ଅଧିକ ଦେଖିବାକୁ ମିଳୁଛି । ଯାହା ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ୟା ସୃଷ୍ଟି କରିବା ବୋଲି କୁହାଯାଉଛି ।...