କ୍ୟାରମ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ବାରବାଟୀ କ୍ୟାରମ ଏକାଡ଼େମୀ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡ଼ିୟମ ହର୍ଷ ଗେଟ୍‌ ନିକଟରେ ଭୋଳାନାଥ ବେହେରା ଯୁଗଳ ଏବଂ ସତ୍ୟବ୍ରତ ବେହେରା ଏକକ କ୍ୟାରମ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଓଡ଼ିଶା ଅଲିମ୍ପିକ୍‌ସ ସଂଘ ସମ୍ପାଦକ ଅଭିଜିତ ପାଲ୍‌ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୧୫୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳକୁ ସୂରଜ […]

କ୍ୟାରମ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ବାରବାଟୀ କ୍ୟାରମ ଏକାଡ଼େମୀ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡ଼ିୟମ ହର୍ଷ ଗେଟ୍‌ ନିକଟରେ ଭୋଳାନାଥ ବେହେରା ଯୁଗଳ ଏବଂ ସତ୍ୟବ୍ରତ ବେହେରା ଏକକ କ୍ୟାରମ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଓଡ଼ିଶା ଅଲିମ୍ପିକ୍‌ସ ସଂଘ ସମ୍ପାଦକ ଅଭିଜିତ ପାଲ୍‌ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଏଥିରେ ୧୫୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳକୁ ସୂରଜ କୁମାର କାନୁନଗୋଙ୍କ ନେତୃତ୍ବରେ ଶିଶିର ଲେଙ୍କା, ରୁଦ୍ରାଶ ମହାରଣା, ଦିଲ୍ଲୀପ କୁମାର ବେହେରା, ନିହାର ରଞ୍ଜନ ବେହେରା, ନରେଶ ଗୁଇଁ , ସାହାନାୱାଜ ଖାଁ ପରିଚାଳନା କରୁଛନ୍ତି।