କ୍ୟାରିୟରରେ ଥିଲେ ବେଷ୍ଟ ଷ୍ଟୁଡେଣ୍ଟ, ସିବିଆଇ ସ୍କାନରରେ ଯୁବପୀଢୀଙ୍କ ଆଦର୍ଶ
ପଶ୍ଚିମବଙ୍ଗ ୨୭/୦୮: ଦିନେ ଥିଲେ ମେଧାବୀ ଛାତ୍ର । ସବୁ ଛାତ୍ରଙ୍କ ପାଇଁ ୟୁରୋ ହିରୋ । ମେଡିକାଲ ପାଠପଢା ପରେ ଡାକ୍ତର । ଧୀରେ ଧୀରେ ହୋଇଗଲା ପ୍ରଶାସକ । ହେଲେ ଆଜି ସେ ସୁପର ସୈତାନ । ହସ୍ପିଟାଲରେ ଚିକିତ୍ସା ବଦଳରେ ଚଳାଉଥିଲେ ରାକେଟ । ଖାଲି ରାକେଟ ନୁହେଁ ତ ଅଙ୍ଗତସ୍କରୀ ବି ହେଉଛି । ସବୁ ଘଟଣା ପଛରେ ସନ୍ଦୀପ ଘୋଷଙ୍କ ହାତ ଥିବା ସନ୍ଦେହ । ହେଲେ କିଏ ଏହି ସନ୍ଦୀପ ଘୋଷ ? କାହିଁକି ହିରୋରୁ ହୋଇଗଲେ ଭିଲେନ୍ ? କେମିତି ଛିଡା କରିଦେଲେ ଅପରାଧର ସାମ୍ରାଜ୍ୟ ? କେମିତି ଜାଣି ନଜାଣିବା ପରି ଥିଲା ପ୍ରଶାସନ ? ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁ । ଏଇଠି ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠି କଟିଥିଲା ପିଲାବେଳ ଓ ପାଠ ପଢ଼ା । ୧୯୮୯ରେ ବୋନଗାଓନ ହାଇସ୍କୁଲରେ ସନ୍ଦୀପ ସାରିଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା । ୧୯୯୪ରେ ଆର.ଜି କର ମେଡିକାଲ କଲେଜରୁ ସାରିଥିଲେ ଡାକ୍ତରୀ ପାଠପଢା । ତାଙ୍କ ଜ୍ଞାନ ବଦଳରେ ହାସଲ କରିଥିଲେ ଗୋଟିଏ ପରେ ଗୋଟିଏ ସଫଳତା । ଯେଉଁଠୁ ପାଠପଢା କରିଥିଲେ ସେଇଠି ମିଳିଥିଲି ନିଯୁକ୍ତି । ୨୦୨୧ରେ ସେ ବନିଥିଲେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ । ଏହା ପୂର୍ବରୁ ସେ ଥିଲେ କୋଲକାତା ନାସନାଲ ମେଡିକାଲ କଲେଜର ଉପାଧ୍ୟକ୍ଷ । ଜୁନ୍ ୨୦୨୩ରେ ବିବାଦରେ ଛନ୍ଦି ହୋଇପଡିଥିଲେ ସନ୍ଦୀପ ଘୋଷ । ଅଭିଯୋଗ ଥିଲା ମେଡିକାଲ କଲେଜ୍ରେ ଅର୍ଥ ହେରଫେର । ଦୁର୍ନୀତିର ଅନେକ ଅଭିଯୋଗ ପରେ ମୁର୍ସିଦାବାଦ ମେଡିକାଲ କଲେ
ପଶ୍ଚିମବଙ୍ଗ ୨୭/୦୮: ଦିନେ ଥିଲେ ମେଧାବୀ ଛାତ୍ର । ସବୁ ଛାତ୍ରଙ୍କ ପାଇଁ ୟୁରୋ ହିରୋ । ମେଡିକାଲ ପାଠପଢା ପରେ ଡାକ୍ତର । ଧୀରେ ଧୀରେ ହୋଇଗଲା ପ୍ରଶାସକ । ହେଲେ ଆଜି ସେ ସୁପର ସୈତାନ । ହସ୍ପିଟାଲରେ ଚିକିତ୍ସା ବଦଳରେ ଚଳାଉଥିଲେ ରାକେଟ । ଖାଲି ରାକେଟ ନୁହେଁ ତ ଅଙ୍ଗତସ୍କରୀ ବି ହେଉଛି । ସବୁ ଘଟଣା ପଛରେ ସନ୍ଦୀପ ଘୋଷଙ୍କ ହାତ ଥିବା ସନ୍ଦେହ । ହେଲେ କିଏ ଏହି ସନ୍ଦୀପ ଘୋଷ ? କାହିଁକି ହିରୋରୁ ହୋଇଗଲେ ଭିଲେନ୍ ? କେମିତି ଛିଡା କରିଦେଲେ ଅପରାଧର ସାମ୍ରାଜ୍ୟ ? କେମିତି ଜାଣି ନଜାଣିବା ପରି ଥିଲା ପ୍ରଶାସନ ?
ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁ । ଏଇଠି ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠି କଟିଥିଲା ପିଲାବେଳ ଓ ପାଠ ପଢ଼ା । ୧୯୮୯ରେ ବୋନଗାଓନ ହାଇସ୍କୁଲରେ ସନ୍ଦୀପ ସାରିଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା । ୧୯୯୪ରେ ଆର.ଜି କର ମେଡିକାଲ କଲେଜରୁ ସାରିଥିଲେ ଡାକ୍ତରୀ ପାଠପଢା । ତାଙ୍କ ଜ୍ଞାନ ବଦଳରେ ହାସଲ କରିଥିଲେ ଗୋଟିଏ ପରେ ଗୋଟିଏ ସଫଳତା । ଯେଉଁଠୁ ପାଠପଢା କରିଥିଲେ ସେଇଠି ମିଳିଥିଲି ନିଯୁକ୍ତି । ୨୦୨୧ରେ ସେ ବନିଥିଲେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ । ଏହା ପୂର୍ବରୁ ସେ ଥିଲେ କୋଲକାତା ନାସନାଲ ମେଡିକାଲ କଲେଜର ଉପାଧ୍ୟକ୍ଷ ।
ଜୁନ୍ ୨୦୨୩ରେ ବିବାଦରେ ଛନ୍ଦି ହୋଇପଡିଥିଲେ ସନ୍ଦୀପ ଘୋଷ । ଅଭିଯୋଗ ଥିଲା ମେଡିକାଲ କଲେଜ୍ରେ ଅର୍ଥ ହେରଫେର । ଦୁର୍ନୀତିର ଅନେକ ଅଭିଯୋଗ ପରେ ମୁର୍ସିଦାବାଦ ମେଡିକାଲ କଲେଜକୁ କରାଯାଇଥିଲା ବଦଳି । ତେବେ କଳ ବଳ କୌଶଳ ଲଗାଇ ଆର.ଜି କର ମେଡିକାଲ କଲେଜରେ ମିଳିଥିଲା ପୁନଃ ପୋଷ୍ଟିଂ । ଏହିଠୁ ବଢିଚାଲିଥିଲା ସନ୍ଦୀପ ଘୋଷଙ୍କ ଅପରାଧୀକ ସାମ୍ରାଜ୍ୟ । ଏମିତିକି ଶବରୁ ଅଙ୍ଗ କାଢି ନେଉଥିବା ବି ଅଭିଯୋଗ ହୋଇଥିଲା । ଯାହାର ମାଷ୍ଟର ମାଇଣ୍ଡ ଥିଲେ ଡାକ୍ତର ସନ୍ଦୀପ ଘୋଷ ।
୨୦୨୪ ଅଗଷ୍ଟ ୯ ଥିଲା ସନ୍ଦୀପଙ୍କ ପାଇଁ କାଳଦିନ । ସେହିଦିନ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ କରାଯାଇଥିଲା ହତ୍ୟା । ସେବେଠୁ ସନ୍ଦୀପ ଘୋଷଙ୍କ ଆରମ୍ଭ ହୋଇଥିଲା ଓଲଟା ଗଣତି । ଖୋଲିବାରେ ଲାଗିଥିଲା ସନ୍ଦୀପଙ୍କ ଅପରଧର ପେଡି । ଅଗଷ୍ଟ ୧୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସନ୍ଦୀପ । ତେବେ ଠିକ୍ ଏହାର କିଛି ଘଣ୍ଟା ପରେ ମିଳିଥିଲା ପୁନଃ ନିଯୁକ୍ତି । ଯାହାକୁ ନେଇ କ୍ଷୋଭ କରିଥିଲେ ସୁପ୍ରିମକୋର୍ଟ । ଏବେ ସେ ନ୍ୟାୟର କାଠଗଡାରେ । ପୋଲିସ ଜେରାର କରୁଛନ୍ତି ସାମ୍ନା । ଆଗକୁ ସାମ୍ନାକୁ ଆସିବ ଅସଲ ସତ ।