କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସହିଦ ସ୍ପୋର୍ଟିଂ। ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ସହିଦ ସ୍ପୋର୍ଟିଂ ୭ ଉଇକେଟରେ ଶ୍ରୀ ଜୟଦେବ ସ୍ପୋଟର୍‌ସ ଆସୋସିଏଶନ (ଏସ୍‌ଜେଏସ୍‌ଏ)କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଏସ୍‌ଜେଏସ୍‌ଏ ୩୦ ଓଭରରେ ୬ ଉଇକେଟ ହରାଇ ୧୫୫ […] The post କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ appeared first on Dharitri Odia News.

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସହିଦ ସ୍ପୋର୍ଟିଂ। ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ସହିଦ ସ୍ପୋର୍ଟିଂ ୭ ଉଇକେଟରେ ଶ୍ରୀ ଜୟଦେବ ସ୍ପୋଟର୍‌ସ ଆସୋସିଏଶନ (ଏସ୍‌ଜେଏସ୍‌ଏ)କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଏସ୍‌ଜେଏସ୍‌ଏ ୩୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ କରିଥିଲା। ଦଳ ପକ୍ଷରୁ ଦେବାଂଶୁ ଜେନା ସର୍ବାଧିକ ୪୩ ଓ ଆୟୂଷ ଶେଟ୍ଟୀ ୩୫ ରନ କରିଥିବାବେଳେ ବିପକ୍ଷ ବୋଲରମାନେ ଅତିରିକ୍ତଭାବେ ତୃତୀୟ ସର୍ବାଧିକ ୩୪ ରନ ବ୍ୟୟ କରିଥିଲେ। ଆଦିତ୍ୟ କୁମାର ପ୍ରଧାନ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ଆଦିତ୍ୟ କୁମାର ପ୍ରଧାନଙ୍କ ଦ୍ରୁତ ୭୬ ଓ ଆଦିତ୍ୟ ରାଜ ମିଶ୍ରଙ୍କ ଅପରାଜିତ ୪୧ରନ ବଳରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ନେଇଥିଲା। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ସରଓ୍ବନ କୁମାର ସାହୁ ୨ଟି ଉଇକେଟ ନେଇଥିଲେ। ଆୟୋଜକ ପାରାମାଉଣ୍ଟ ସ୍ପୋର୍ଟିଂ କୋଷାଧ୍ୟକ୍ଷ ସଞ୍ଜୀବ କୁମାର ରଥ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଆଦିତ୍ୟ କୁମାର ପ୍ରଧାନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

The post କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ appeared first on Dharitri Odia News.