ଖଣ୍ଡହତା କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ଗୁରୁବାର କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ଅର୍ଥ ବିଭାଗର ସଦସ୍ୟ ଡ. ସଞ୍ଜୟ କୁମାର ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ I ବ୍ରହ୍ମପୁର ସ୍ଥିତ ତ୍ରିଧାରା ସାହିତ୍ୟ […] The post ଖଣ୍ଡହତା କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ appeared first on Odisha.News.

ଖଣ୍ଡହତା କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ଗୁରୁବାର କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ଅର୍ଥ ବିଭାଗର ସଦସ୍ୟ ଡ. ସଞ୍ଜୟ କୁମାର ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ I ବ୍ରହ୍ମପୁର ସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ସଂପାଦକ ଡ. ଲକ୍ଷ୍ମୀନାରାୟଣ ଦାସ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଗାଁ ସଭ୍ୟତା ଉତ୍ତମ ଜୀବନ ପାଇଁ ଆବଶ୍ୟକ ହୋଇଥିବା ବେଳେ ସହରୀ ସଭ୍ୟତା ଜିବୀକା ନିର୍ବାହ ପାଇଁ ଉଦ୍ଦିଷ୍ଟ ହେଉଛି ବୋଲି ବକ୍ତବ୍ୟରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ. ବିକାଶ ରଞ୍ଜନ ବେହେରା ସ୍ଵତନ୍ତ୍ର ଅତିଥି ଏବଂ ଆୟୋଜକ ଉପଦେଷ୍ଟା ବ୍ରଜ ଗୋପାଳ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ ସ୍ଵରୂପା ରଥ ଓ ସ୍ମରଣିକା ନନ୍ଦ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ଯୁଧିଷ୍ଠିର ଖମାରି ସ୍ଵାଗତ ଭାଷଣ ଏବଂ ସଦାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଅବସରରେ ରାଧେଶ୍ଯାମ ମିଶ୍ର ଙ୍କ କବିତା ସଙ୍କଳନ ନିଃଶବ୍ଦ ଝଡ଼ ଏବଂ ଗାଳ୍ପିକ ଯଜ୍ଞେଶ୍ଵର ବିଶି ଙ୍କ ଗଳ୍ପ ସଙ୍କଳନ ପ୍ରେମ ଲଡୁ ର ସ୍ଵାଦ ଉନ୍ମୋଚିତ ହୋଇଥିଲା I ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ. ସତ୍ୟ ପ୍ରକାଶ ରାୟ ଚୌଧୁରୀ , ଡ. ବିକାଶ ରଞ୍ଜନ ବେହେରା ଙ୍କୁ ସେବା ସମ୍ମାନ , ବିନୋଦ ପ୍ରଜାପତି ଙ୍କୁ ଶିକ୍ଷା ସମ୍ମାନ , ଡ. ଆର୍ତ୍ତତ୍ରାଣ ବାବୁଙ୍କୁ ସାହିତ୍ୟ , ଡ. ପ୍ରଫୁଲ୍ଲ କୁମାର ରଥ ଙ୍କୁ ଶିକ୍ଷl , ଡ. ଜୟନ୍ତୀ ଜେନା ଓ ବାସୁଦେବ ନାଏକ ଙ୍କୁ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା I ସେହିପରି ଝରଣା ପ୍ରଧାନ ଙ୍କୁ ସାମାଜ ସେବା ସମ୍ମାନ ଓ ରାଧାଶ୍ୟାମ ମିଶ୍ର ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି I ଡ. ଅନିରୁଦ୍ଧ କୁରକୁରିଆ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିବା ବେଳେ ଡ. ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଣବନ୍ଧୁ ସାହୁ I

The post ଖଣ୍ଡହତା କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ appeared first on Odisha.News.