ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ

କୁଆଡ଼େ ଗଲା ସରକାରଙ୍କ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ପ୍ରତିଶ୍ରୁତି? କାହିଁକି ଆଉ ଦେଖିବାକୁ ମିଳୁନି ସମବାୟ ବ୍ୟାଙ୍କର ମୋବାଇଲ୍ ଏଟିଏମ୍ ?

ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା। ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି। ଏ ଚିତ୍ର ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରର। ୨୦୧୯ରେ ଜିଲ୍ଲାର ବାରିପଦା ଓ କରଞ୍ଜିଆ ଶାଖା ପାଇଁ ଦୁଇଟି ଭ୍ରାମ୍ୟମାଣ ଶାଖା ଆରମ୍ଭ ହୋଇଥିଲା। କିଛି ମାସ ଲୋକଙ୍କୁ ସେବା ଯୋଗାଇବା ପରେ ବର୍ଷ ବର୍ଷ ହେଲା ବ୍ୟାଙ୍କ ପରିସରରେ ଖତ ଖାଉଛି ଭ୍ରାମ୍ୟମାଣ ମୋବାଇଲ୍ ଏଟିଏମ୍।