ଖବର ପ୍ରସାରଣ ପରେ ଆକ୍ସନକୁ ଆସିଲା ପ୍ରଶାସନ, ପୁରୀ ବେଳା ଭୂମିରେ ବେଆଇନ ନିର୍ମାଣ ଉପରେ ଲାଗିଲା ନୋଟିସ୍
ପୁରୀ: ସମୁଦ୍ର କୂଳରେ ବେଆଇନ୍ ଭାବେ ପ୍ଲଟିଂ ଓ ନିର୍ମାଣ କାର୍ଯ୍ୟ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି ପ୍ରଶାସନ । ନିର୍ମାଣଧୀନ କାନ୍ଥରେ ଲଗାଗଲା ନୋଟିସ। ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (PKDA) ପକ୍ଷରୁ ଲଗାଯାଇଛି ନୋଟିସ । ହରଚଣ୍ଡୀ ସାହି ନାଗାମଠ ଲେନର ପୂର୍ଣ୍ଣିମା ପଟ୍ଟନାୟକ ବେଆଇନ୍ ଭାବେ ସମୁଦ୍ର କୂଳରେ ଚଳାଇଥିଲେ ନିର୍ମାଣ କାର୍ଯ୍ୟ । ଏହା ସଂପୂର୍ଣ୍ଣ ବେଆଇନ୍ ଏବଂ ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବା ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ପୁରୀ ସମୁଦ୍ର ବେଳାଭୂମିରେ ଜବରଦଖଲ କରି ବେଆଇନ୍ ପ୍ଲଟିଂ କରିଛନ୍ତି ଜମି ମାଫିଆ । ସମୁଦ୍ର ବେଳାଭୂମିରେ ଖୁଣ୍ଟି ପୋତାଯାଇ କରାଯାଇଛି ଏକାଧିକ ପ୍ଲଟିଂ। ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ବିକ୍ରି ପାଇଁ କରାଯାଇଛି ଏହି ଯୋଜନା । ଜିଲ୍ଲା ପ୍ରଶାସନକୁ ବେଖାତିର କରି ପୁରୀ ଷ୍ଟର୍ଲିନ୍ ଛକ ନିକଟ ବେଳାଭୂମିରେ ଏଭଳି ଖୁଲମଖୁଲା ବେଆଇନ କାର୍ଯ୍ୟ କରିଛନ୍ତି ଜମି ମାଫିଆ । ଯାହା ବୁଦ୍ଧିଜୀବୀ ଓ ସେବାୟତଙ୍କୁ ବିସ୍ମିତ କରିଛି। ସିଆରଜେଡ୍ ନିୟମକୁ ଉଲ୍ଲଘଂନ କରି ଜମି ମାଫିଆ ସମୁଦ୍ର ବେଳାଭୂମିକୁ ବିକ୍ରୀ ପାଇଁ ଯୋଜନା କରିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ଘଟଣାର ତଦନ୍ତ କରାଯାଇ ବେଳାଭୂମିକୁ ବିକ୍ରି ପଛରେ ହାତ ଥିବା ଜମି ମାଫିଆ ଏବଂ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇ
ପୁରୀ: ସମୁଦ୍ର କୂଳରେ ବେଆଇନ୍ ଭାବେ ପ୍ଲଟିଂ ଓ ନିର୍ମାଣ କାର୍ଯ୍ୟ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି ପ୍ରଶାସନ । ନିର୍ମାଣଧୀନ କାନ୍ଥରେ ଲଗାଗଲା ନୋଟିସ। ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (PKDA) ପକ୍ଷରୁ ଲଗାଯାଇଛି ନୋଟିସ । ହରଚଣ୍ଡୀ ସାହି ନାଗାମଠ ଲେନର ପୂର୍ଣ୍ଣିମା ପଟ୍ଟନାୟକ ବେଆଇନ୍ ଭାବେ ସମୁଦ୍ର କୂଳରେ ଚଳାଇଥିଲେ ନିର୍ମାଣ କାର୍ଯ୍ୟ । ଏହା ସଂପୂର୍ଣ୍ଣ ବେଆଇନ୍ ଏବଂ ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବା ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ପୁରୀ ସମୁଦ୍ର ବେଳାଭୂମିରେ ଜବରଦଖଲ କରି ବେଆଇନ୍ ପ୍ଲଟିଂ କରିଛନ୍ତି ଜମି ମାଫିଆ । ସମୁଦ୍ର ବେଳାଭୂମିରେ ଖୁଣ୍ଟି ପୋତାଯାଇ କରାଯାଇଛି ଏକାଧିକ ପ୍ଲଟିଂ। ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ବିକ୍ରି ପାଇଁ କରାଯାଇଛି ଏହି ଯୋଜନା । ଜିଲ୍ଲା ପ୍ରଶାସନକୁ ବେଖାତିର କରି ପୁରୀ ଷ୍ଟର୍ଲିନ୍ ଛକ ନିକଟ ବେଳାଭୂମିରେ ଏଭଳି ଖୁଲମଖୁଲା ବେଆଇନ କାର୍ଯ୍ୟ କରିଛନ୍ତି ଜମି ମାଫିଆ । ଯାହା ବୁଦ୍ଧିଜୀବୀ ଓ ସେବାୟତଙ୍କୁ ବିସ୍ମିତ କରିଛି। ସିଆରଜେଡ୍ ନିୟମକୁ ଉଲ୍ଲଘଂନ କରି ଜମି ମାଫିଆ ସମୁଦ୍ର ବେଳାଭୂମିକୁ ବିକ୍ରୀ ପାଇଁ ଯୋଜନା କରିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ଘଟଣାର ତଦନ୍ତ କରାଯାଇ ବେଳାଭୂମିକୁ ବିକ୍ରି ପଛରେ ହାତ ଥିବା ଜମି ମାଫିଆ ଏବଂ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।
ପୁରୀ ପେଣ୍ଠକଟାଠାରୁ ଦିଗବାରେଣି ଛକ ହୋଇ ଷ୍ଟର୍ଲିନ୍ ଛକ ପର୍ଯ୍ୟନ୍ତ ଲମ୍ବିଛି ପୁରୀର ବିସ୍ତିର୍ଣ୍ଣ ବେଳାଭୂମି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଳେଖ ରହିଛି ଯେ, ସିଆରଜେଡ୍ ନିୟମ ଅନୁଯାୟୀ ସମୁଦ୍ର ଜଳରାଶି ଓ ଏହାର ଜୈବ ବିବିଧତାର ସୁରକ୍ଷା ପାଇଁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ କୌଣସି ପରିସ୍ଥିତିରେ କିଛି ବି ନିର୍ମାଣ ହୋଇପାରିବ ନାହିଁ । ତେବେ ଏହି ବେଳାଭୂମିରେ କଂକ୍ରିଟ ନିର୍ମାଣ ନିଷିଦ୍ଧ ଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ସମସ୍ତ ଘଟଣାର ତଦନ୍ତ କରାଯାଇ ବେଆଇନ୍ ପ୍ଲଟିଂ ଓ ନିର୍ମାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।