ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର ନଳକୂଅ। ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଯୋଗୁ ନଦୀ ଶୁଖିଯାଇଥିବା ବେଳେ ଜଳସ୍ତର କମି ନଳକୂପରୁ ନାଲିପାଣି ବାହାରୁଥିଲା। ଏହି ଦୂଷିତ ପାଣି ପିଇ ଗ୍ରାମବାସୀ ବିଭିନ୍ନ ରୋଗ ଶିକାର ହେଉଥିଲେ। ଗତ ୧୧ ତାରିଖରେ ଏ ନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ତତ୍ପର […] The post ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ appeared first on Dharitri Odia News.

ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର ନଳକୂଅ। ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଯୋଗୁ ନଦୀ ଶୁଖିଯାଇଥିବା ବେଳେ ଜଳସ୍ତର କମି ନଳକୂପରୁ ନାଲିପାଣି ବାହାରୁଥିଲା। ଏହି ଦୂଷିତ ପାଣି ପିଇ ଗ୍ରାମବାସୀ ବିଭିନ୍ନ ରୋଗ ଶିକାର ହେଉଥିଲେ।

ଗତ ୧୧ ତାରିଖରେ ଏ ନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ବିଡ଼ିଓ ରାଜୀବ ଦାସ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ରବିବାର ଖାରିକୁଆ ଗ୍ରାମରେ ନିର୍ବାହୀଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ ନଳକୂପ ମରାମତି କରି ଗ୍ରାମବାସୀଙ୍କୁ ସ୍ବଚ୍ଛ ଜଳ ଯୋଗାଇ ଦେଇଛନ୍ତି। ବିଡିଓ ନିଜ ପ୍ରତିଶ୍ରୁତି ରଖିଥିବାରୁ ତାଙ୍କୁ କୃଜ୍ଞତା ଜଣାଇଛନ୍ତି ଗ୍ରାମବାସୀ।

The post ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ appeared first on Dharitri Odia News.