ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ…

ଭୁବନେଶ୍ୱର, ୨୨ା୧୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଖବରଦାତା ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବେ ମାନ୍ୟତା ପ୍ରଦାନ କରିବା ତଥା ପେନ୍‌ସନ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ […] The post ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ… appeared first on Dharitri Odia News.

ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ…

ଭୁବନେଶ୍ୱର, ୨୨ା୧୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଖବରଦାତା ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବେ ମାନ୍ୟତା ପ୍ରଦାନ କରିବା ତଥା ପେନ୍‌ସନ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ଖବରଦାତାଙ୍କ ସ୍ବାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଖବରଦାତାମାନେ ଏହାର ବଡ଼ ଶିକାର ହୋଇଥିଲେ। ସମାଲୋଚନାରୁ ବଞ୍ଚିବା ପାଇଁ ବାକ୍‌ ସ୍ବାଧୀନତାକୁ ସଂଶୋଧନ କରାଗଲା। ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତନ୍ତ୍ରର କିଛି ସର୍ତ୍ତ ଅଛି। ସର୍ତ୍ତ ହେଉଛି ୫ ବର୍ଷରେ ଥରେ ଜନପ୍ରତିନିଧିଙ୍କ ପାଇଁ ପରୀକ୍ଷା ସଦୃଶ ନିର୍ବାଚନ ହେବ। ସମସ୍ତ ଜନପ୍ରତିନିଧି ଗଣତନ୍ତ୍ରର ପୂଜାରୀ। ଅନେକ କଳ୍ପନା ଓ ଯୋଜନାକୁ ନେଇ ସେମାନେ ସମାଜ ପାଖକୁ ଯାଆନ୍ତି। ତେବେ ତାହା ଠିକ୍‌ ନା ଭୁଲ୍‌ ତାହାକୁ ଦେଖାଇବା ଖବରଦାତାମାନଙ୍କ ଦାୟିତ୍ୱ। ଜନପ୍ରତିନିଧିଙ୍କ କଥାର ନିର୍ଣ୍ଣୟ ସମାଜ କରିବ। ମାତ୍ର ବର୍ତ୍ତମାନ ଦଳେ ଲୋକ ସତ୍ୟକୁ ସାମ୍ନା କରିବାର ସାହସ ରଖୁନାହାନ୍ତି। ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ଼ ଭୂମିକା ରହିବ। ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

The post ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ… appeared first on Dharitri Odia News.