ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି

ନୟାଗଡ଼,୮ା୭ (ଲୋକନାଥ ମିଶ୍ର):ରଥଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ନିମନ୍ତେ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୪ଟାରେ ଖବରଦାତାମାନଙ୍କୁ ଡକାଯାଇଥିଲା। ଏନେଇ ପୋଲିସ ଓ ସାମ୍ବାଦିକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇ-ଇନ୍‌ଭିଟେଶନ ପୋଷ୍ଟ କରାଯାଇଥିଲା। ହେଲେ ଏହି ଖବରଦାତା ସମ୍ମିଳନୀକୁ ଏସ୍‌ପି ଆସି ନ ଥିଲେ। ପରବର୍ତ୍ତୀ ସମୟରେ ୩୦ ମିନିଟ୍‌ ମଧ୍ୟରେ ପହଞ୍ଚତ୍ବେ ବୋଲି ଏସ୍‌ପି କହି ମଧ୍ୟ ଆସିଲେନାହିଁ। ଫଳରେ ଖବରଦାତାମାନେ ଅପେକ୍ଷା କରି ଫେରିଥିଲେ। ଏ […] The post ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି appeared first on Dharitri Odia News.

ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି

ନୟାଗଡ଼,୮ା୭ (ଲୋକନାଥ ମିଶ୍ର):ରଥଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ନିମନ୍ତେ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୪ଟାରେ ଖବରଦାତାମାନଙ୍କୁ ଡକାଯାଇଥିଲା। ଏନେଇ ପୋଲିସ ଓ ସାମ୍ବାଦିକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇ-ଇନ୍‌ଭିଟେଶନ ପୋଷ୍ଟ କରାଯାଇଥିଲା। ହେଲେ ଏହି ଖବରଦାତା ସମ୍ମିଳନୀକୁ ଏସ୍‌ପି ଆସି ନ ଥିଲେ। ପରବର୍ତ୍ତୀ ସମୟରେ ୩୦ ମିନିଟ୍‌ ମଧ୍ୟରେ ପହଞ୍ଚତ୍ବେ ବୋଲି ଏସ୍‌ପି କହି ମଧ୍ୟ ଆସିଲେନାହିଁ। ଫଳରେ ଖବରଦାତାମାନେ ଅପେକ୍ଷା କରି ଫେରିଥିଲେ। ଏ ନେଇ ରବିବାର(ଜୁଲାଇ ୭) ଧରିତ୍ରୀରେ ‘ଖବରଦାତା ସମ୍ମିଳନୀ ଡାକିଲେ, ଆସିଲେ ନାହିଁ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଅନ୍ୟ ଏକ ଖବରକାଗଜରେ ମଧ୍ୟ ଏ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହାପରେ ଏସ୍‌ପି ଜୈନ୍‌ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ରବିବାର ପୂର୍ବାହ୍ନରେ ଧରିତ୍ରୀ ଖବରଦାତା ଲୋକନାଥ ମିଶ୍ର ଏବଂ ଅନ୍ୟ ଏକ ଖବରକାଗଜର ଖବରଦାତାଙ୍କୁ ଏସ୍‌ପି ନିଜ କାର୍ଯ୍ୟାଳୟକୁ ଡକାଇ ଦୁର୍ବ୍ୟବହାର କରିବା ସହ ଭୁଲ୍‌ ମାଗିବାକୁ ବାଧ୍ୟ କରାଇଛନ୍ତି। ଏପରି କି ବସିବା ଏବଂ କଥା କହିବାର ସୁଯୋଗ ନ ଦେଇ ବାଡ଼େଇବି, ବାନ୍ଧିଦେବି ବୋଲି ଧମକ ଦେଇଛନ୍ତି। ଶନିବାର ପୋଲିସକୁ ଅଶ୍ଳୀଳ ଗାଳିଗୁଲଜ କରିଛ ଦର୍ଶାଇ କେସ୍‌ କରିବି ବୋଲି ମଧ୍ୟ ଏସ୍‌ପି କହିଛନ୍ତି। ଏପରି ଖବର ମୋତେ ବଦ୍‌ନାମ କରିଛି କହି ନିଜେ ଇସ୍ତଫା ଦେଇଦେବେ ବୋଲି ସେ କହିଛନ୍ତି। ଦୁର୍ବ୍ୟବହାର ଘଟଣା ଜଣାପଡ଼ିବା ପରେ ଜିଲାର ଖବରଦାତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ତେଣୁ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଖବରଦାତାଙ୍କ ନଁାରେ ମିଥ୍ୟା ମାମଲା କରି ଫସାଇ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।

The post ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି appeared first on Dharitri Odia News.