ଖରା ପାଇଁ ସ୍କୁଲ ଛୁଟି: ଜୁନ୍ ୩୦ ଯାଏଁ ରାଜଧାନୀରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଛୁଟି ଘୋଷଣା
ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ତେବେ ଏହି ହିଟୱେଭକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି । ଭୀଷଣ ଗରମ ଏବଂ ଲୁ’ ପ୍ରବାହ ଯୋଗୁଁ ସରକାରୀ ସହାୟତା ପ୍ରାପ୍ତ ତଥା ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ତତ୍କାଳ ପ୍ରଭାବରେ ଗ୍ରୀଷ୍ମକାଳୀନ ଛୁଟି ପାଇଁ ନିର୍ଦ୍ଦେଶ ଜାରି […]

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ତେବେ ଏହି ହିଟୱେଭକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି । ଭୀଷଣ ଗରମ ଏବଂ ଲୁ’ ପ୍ରବାହ ଯୋଗୁଁ ସରକାରୀ ସହାୟତା ପ୍ରାପ୍ତ ତଥା ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ତତ୍କାଳ ପ୍ରଭାବରେ ଗ୍ରୀଷ୍ମକାଳୀନ ଛୁଟି ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଭୀଷଣ ଗରମ ସତ୍ତେ୍ୱ ଅନେକ ପ୍ରାଇଭେଟ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଖୋଲା ରହିଛି । ତେଣୁ ସମସ୍ତ ସ୍କୁଲ ପ୍ରମୁଖଙ୍କୁ ତତ୍କାଳ ପ୍ରଭାବରେ ଗ୍ରୀଷ୍ମକାଳୀନ ଛୁଟି ଦେବା ସହ ସ୍କୁଲ ବନ୍ଦ କରିବା ପାଇଁ ପରାମର୍ଶ ଜାରି କରାଯାଇଛି । ତେବେ ସମସ୍ତ ସରକାରୀ ସ୍କୁଲ ମେ’ ୧୧ ତାରିଖରୁ ବନ୍ଦ ରହିଛି । ଅନ୍ୟପକ୍ଷରେ, ଦିଲ୍ଲୀର ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଅବିଭକ୍ତ ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟର ଆକ୍ସନ୍ କମିଟିର ସଭାପତି ଭରତ ଆରୋରା କହିଛନ୍ତି ଯେ, ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ପାଳନ କରିବେ। ତେବେ ଅଧିକାଂଶ ସ୍ଥାନରେ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲ ବନ୍ଦ ରହିଥିଲା। କେତେକ ବିଦ୍ୟାଳୟ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପିଲାମାନଙ୍କ ପାଇଁ ପାଠପଢା ଜାରି ରଖିଥିଲେ। ତେବେ ବର୍ତ୍ତମାନ ରାଜ୍ୟର ସମସ୍ତ ସ୍ଥାନରେ ବେସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲଗୁଡ଼ିକୁ ବନ୍ଦ ରକିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।