ଖରାକୁ ଖାତିର ନ କରି ଖୋଲା ମିନିଟ୍ରକ୍‌ରେ ଚାଲିଛି ଲୋକବୁହା, ପରିବହନ ବିଭାଗ ନୀରବ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଇଁ ଏବେ ଅନେକ ପଦକ୍ଷେପ ପାଇଁ ଜିଲା ଓ ବ୍ଲକ ସ୍ତରରେ ବୈଠକ କରି ସୁବ୍ୟବସ୍ଥା କରାଯିବାକୁ କୁହାଯାଉଛି। ବିଶେଷ କରି ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବ ରହୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଉଥିବା ଦେଖିବାକୁ ମିଳିଛି। ଏକ ମିନିଟ୍ରକ୍‌ରେ ଯାତ୍ରୀଙ୍କୁ ପ୍ରବଳ ଟାଣ […] The post ଖରାକୁ ଖାତିର ନ କରି ଖୋଲା ମିନିଟ୍ରକ୍‌ରେ ଚାଲିଛି ଲୋକବୁହା, ପରିବହନ ବିଭାଗ ନୀରବ appeared first on Dharitri Odia News.

ଖରାକୁ ଖାତିର ନ କରି ଖୋଲା ମିନିଟ୍ରକ୍‌ରେ ଚାଲିଛି ଲୋକବୁହା, ପରିବହନ ବିଭାଗ ନୀରବ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଇଁ ଏବେ ଅନେକ ପଦକ୍ଷେପ ପାଇଁ ଜିଲା ଓ ବ୍ଲକ ସ୍ତରରେ ବୈଠକ କରି ସୁବ୍ୟବସ୍ଥା କରାଯିବାକୁ କୁହାଯାଉଛି। ବିଶେଷ କରି ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବ ରହୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଉଥିବା ଦେଖିବାକୁ ମିଳିଛି। ଏକ ମିନିଟ୍ରକ୍‌ରେ ଯାତ୍ରୀଙ୍କୁ ପ୍ରବଳ ଟାଣ ଖରାରେ ବୋହୁଥିବା ଦେଖିବାକୁ ମିଳିଛି। ଖୋଲା ମିନିଟ୍ରକ୍‌ ଡାଲାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଗୋରୁଙ୍କୁ ବୋହିଲା ଭଳି ଯାତ୍ରା କରୁଥିବା ଓ ଉକ୍ତ ମିନିଟ୍ରକ୍‌ ଦାରିଙ୍ଗବାଡ଼ି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିପ୍ରତି ନା ପୋଲିସ ପ୍ରଶାସନ ଦେଖୁଛି ନା ଆଞ୍ଚଳିକ ପାରିବହନ ବିଭାଗ ସମସ୍ତେ ନୀରବ ସାଜିଛନ୍ତି। ଆଜି କି କାଲି ନିୟମିତ ଏଭଳି ବେଆଇନ ଭାବେ ମିନିଟ୍ରକ୍‌ ଓ ବିଭିନ୍ନ ଖୋଲା ଟ୍ରକ୍‌ରେ ଯାତ୍ରୀଙ୍କୁ ବୁହାଯିବା ସହ କିଛି ଯାତ୍ରୀବାହୀ ବସ୍‌ରେ ମଧ୍ୟ ଏଭଳି ଛାତ ଉପରେ ଯାତ୍ରୀଙ୍କୁ ନିଆଯାଉଥିବା ନଜିର ରହିଛି। ଏଥିପ୍ରତି ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

The post ଖରାକୁ ଖାତିର ନ କରି ଖୋଲା ମିନିଟ୍ରକ୍‌ରେ ଚାଲିଛି ଲୋକବୁହା, ପରିବହନ ବିଭାଗ ନୀରବ appeared first on Dharitri Odia News.