ଖରାଦିନେ ଖାଆନ୍ତୁ ଦହି; ବଢ଼ିବ ରୋଗପ୍ରତିରୋଧକ ଶକ୍ତି, ନିୟନ୍ତ୍ରଣରେ ରହିବ Cholesterol
ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍ ଇତ୍ୟାଦି। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଖରାଦିନେ ଯଦି ପ୍ରତ୍ୟେହ କିଛିକିଛି ଦହି ଖିଆଯାଏ, ତା’ହେଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ଏଥିରେ ରହିଛି ଏମିତି କିଛି ଗୁଣକାରୀ ତତ୍ତ୍ୱ; ଯାହା ଆମର ରୋଗ ପ୍ରତିରୋଧକ […] The post ଖରାଦିନେ ଖାଆନ୍ତୁ ଦହି; ବଢ଼ିବ ରୋଗପ୍ରତିରୋଧକ ଶକ୍ତି, ନିୟନ୍ତ୍ରଣରେ ରହିବ Cholesterol appeared first on Dharitri Odia News.
ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍ ଇତ୍ୟାଦି। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଖରାଦିନେ ଯଦି ପ୍ରତ୍ୟେହ କିଛିକିଛି ଦହି ଖିଆଯାଏ, ତା’ହେଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ଏଥିରେ ରହିଛି ଏମିତି କିଛି ଗୁଣକାରୀ ତତ୍ତ୍ୱ; ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ୍ କରିବା ସଙ୍ଗେସଙ୍ଗେ ଆମ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ଓ ହାଡ଼ ପାଇଁ ବି ଦହି ଖାଇବା ଉତ୍ତମ।
ଶରୀରରେ କୋଲେଷ୍ଟ୍ରୋଲ୍ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବି ଦହି ସାହାଯ୍ୟ କରେ। ତେଣୁ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଥାନ୍ତି, ତାଙ୍କ ପାଇଁ ଦହିର ସେବନ ଭଲ ପରିଣାମ ଦେଇଥାଏ। ଏଥିସହିତ ଖରାଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଖରାଦିନେ ପ୍ରଚୁର ଗରମ ଯୋଗୁ ଶରୀରରୁ ଜଳୀୟ ଅଂଶ କମିଯାଇ ଆମକୁ ଥକ୍କା ଲାଗିଥାଏ। ଏ କ୍ଷେତ୍ରରେ ଯଦି ପ୍ରତିଦିନ ଦହି ସରବତ୍ କିମ୍ବା ଦହି ପଖାଳ ଖିଆଯାଏ, ତା’ହେଲେ ଶରୀରରେ ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବା ସହ ଆମକୁ ତାଜା ଅନୁଭବ ହୋଇଥାଏ।
The post ଖରାଦିନେ ଖାଆନ୍ତୁ ଦହି; ବଢ଼ିବ ରୋଗପ୍ରତିରୋଧକ ଶକ୍ତି, ନିୟନ୍ତ୍ରଣରେ ରହିବ Cholesterol appeared first on Dharitri Odia News.