ଖରାରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳରେ ଜମୁଛି ତରଭୂଜ ବେପାର

ଯାଜପୁର: ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ। ଭୀଷଣ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ଜନଜୀବନ। ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଖୋଜିଥାନ୍ତି... The post ଖରାରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳରେ ଜମୁଛି ତରଭୂଜ ବେପାର appeared first on .

ଖରାରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳରେ ଜମୁଛି ତରଭୂଜ ବେପାର

ଯାଜପୁର: ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ। ଭୀଷଣ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ଜନଜୀବନ। ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଖୋଜିଥାନ୍ତି ଥଣ୍ଡା ପାନୀୟ। ମାତ୍ର ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଲାଲ ଡହ ଡହ ତରଭୁଜ। କିଏ ତରଭୁଜ ଖଣ୍ଡେ ଖାଇ ତୃଷ୍ଣା ମେଣ୍ଟାଉଛି ତ କିଏ ପୁଣି ତରଭୁଜ କିଣି ଘରକୁ ନେଇଯାଉଛି।

ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଡହଡହ ଖରା ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକ। ଗରମରୁ ତ୍ରାହି ଦେଉଛି ଲାଲ ଡହ ଡହ ତରଭୁଜ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳର। ୧୫ରୁ ଅଧିକ ତରଭୁଜ ଗାଦିର ଲାଗିଛି ପସରା । ଲୋକଙ୍କୁ ଟାଣୁଛି ତରଭୁଜ । ବଜାରରେ ମିଳୁଥିବା କେମିକାଲ ଯୁକ୍ତ କୋଲଡ୍ରିଙ୍ଗସ ଆଇସକ୍ରିମ ବଦଳରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ତରଭୁଜ। ଚଳିତ ବର୍ଷ ଖରାର ପ୍ରକୋପ ଅଧିକ ଥିବାରୁ ତରଭୁଜର ଭଲ ବ୍ଯବସାୟ ମଧ୍ଯ ହେଉଛି ।

ରସୁଲପୁର ବ୍ଲକର କୁଆଖିଆ ଓ ବାରବାଟୀ ଅଞ୍ଚଳରେ ତରଭୂଜ ଚାଷ ବ୍ୟାପକ ଭାବେ କରାଯାଇଥାଏ। ଏଠାରୁ ତରଭୂଜ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ଚାଲାଣ। ସ୍ଥାନୀୟ ଲୋକ ବର୍ଷ ତମାମ ଏଠାରେ ତରଭୁଜ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି ଏବଂ ତରଭୁଜ ବ୍ଯବସାୟ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ତେବେ ସମୟକ୍ରମେ ଏହି ଅଞ୍ଚଳ ଆଜି ତରଭୂଜ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟି ଯାଇଛି। ଚଳିତବର୍ଷ ତରଭୂଜର ଦର ଗ୍ରାହକଙ୍କୁ ସୁହାଇଲା ପରି ରହିଛି। ତେଣୁ ଏହି ଗ୍ରୀଷ୍ମରେ ଭଲ ବ୍ୟବସାୟ ହେବାନେଇ ଆଶା ରଖିଛନ୍ତି ତରଭୁଜ ବ୍ୟବସାୟୀ।

 

The post ଖରାରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳରେ ଜମୁଛି ତରଭୂଜ ବେପାର appeared first on .