ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି
ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ପୂର୍ବତନ ଏମ୍ପି ପ୍ରଦୀପ ମାଝି ଶନିବାର ଝରିଗାଁସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ଏକ ପ୍ରେସ୍ମିଟ୍ କରି ଅଭିଯୋଗ ଆଣିଛନ୍ତି। ଚଳିତ […] The post ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି appeared first on Dharitri Odia News.
ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ପୂର୍ବତନ ଏମ୍ପି ପ୍ରଦୀପ ମାଝି ଶନିବାର ଝରିଗାଁସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ଏକ ପ୍ରେସ୍ମିଟ୍ କରି ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ଝରିଗାଁ ବ୍ଲକରେ ୨୮ହଜାର ୪ଶହ ୨୩ଜଣ ଚାଷୀ ପ୍ରାୟ ୧୫ହଜାର ୫ଶହ ହେକ୍ଟର ହେକ୍ଟର ଜମିରେ ଖରିଫ ଚାଷ (ଧାନ, ମକା) କରିଛନ୍ତି। ତେବେ ଅଦ୍ୟାବଧି ବ୍ଲକରେ ଗୋଟିଏ ଲ୍ୟାମ୍ପସ୍ ଓ ୪୨ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ବିକ୍ରି କରାଯାଉଛି। ବଜାରରେ ସମୟ ପୂର୍ବରୁ ଆବଶ୍ୟକଠାରୁ କମ୍ ସଂଖ୍ୟାର ରାସାୟନିକ ସାର ଆସିଥିବା ଫଳରେ ଚଳିତବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଶ୍ରୀ ମାଝି କ୍ଷୋଭ ପ୍ରକାଶ କରିଛନ୍ତି। ଝରିଗାଁ ଲ୍ୟାମ୍ପରେ କେବଳ ଉକ୍ତ ସମବାୟରେ ପଞ୍ଜୀକୃତ କରିଥିବା ଚାଷୀଙ୍କୁ ଚାଷ ଋଣ ଭାବରେ ସାର ପ୍ରଦାନ କରାଯାଇଛି। ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ଅପରପକ୍ଷରେ ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟଦରଠାରୁ ପ୍ରତ୍ୟେକ ସାର ବସ୍ତା ପିଛା ୪ଶହ ଟଙ୍କା ଅଧିକ ଦରରେ ବିକ୍ରି ହେଉଥିବା ନଜରକୁ ଆସୁଥିବା ନେଇ ଅଭିଯୋଗ ହୋଇଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକମାନଙ୍କ ମନବଳ ଭାଙ୍ଗି ଦେଇଛି। ସାରର ଅଭାବ ଅଧିକ କ୍ଷତି କରିବ ବୋଲି ସେ ମତ ଦେଇଛନ୍ତି। ତେବେ ସ୍ବଳ୍ପ ବର୍ଷା ଏବଂ ସାରର ଅଭାବ ଯୋଗୁ ତଳି ରୁଆଯାଇ ପାରୁନାହିଁ। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କୁ ଯୋଗାଯୋଗ କରିବାରୁ ଗତ ସପ୍ତାହରେ ଡିଏପି ସାର ଅଭାବ ରହିଥିଲା। କିନ୍ତୁ ବର୍ତ୍ତମାନ ବଜାରରେ ସମସ୍ତ ରାସାୟନିକ ସାର ମହଜୁଦ୍ ରହିଛି। ସେହିପରି ଝରିଗାଁ ବ୍ଲକର ସମସ୍ତ ପଞ୍ଜୀକୃତ ରାସାୟନିକ ସାର ବିକ୍ରେତାଙ୍କୁ ସରକାରଙ୍କ ଧାର୍ଯ୍ୟ ଦରରେ ବିକ୍ରି କରିବା ପାଇଁ ବାରମ୍ବାର କୁହାଯାଉଛି। କୃଷି ଅଧିକାରୀଙ୍କ ଅକସ୍ମାତ୍ ପରିଦର୍ଶନ ବେଳେ ମଧ୍ୟ ଠିକ୍ ଦରରେ ବଜାରରେ ସାର ବିକ୍ରି ହେଉଥିବା ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି।
The post ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି appeared first on Dharitri Odia News.