ଖରିଫ ଧାନ ସଂଗ୍ରହ ପାଇଁ ସଚେତନତା ଶିବିର ଅନୁଷ୍ଠିତ 

କଣ୍ଟାବାଞ୍ଜି : ଚଳିତ ବର୍ଷ ଖରିଫ ଧାନ ୨୦୨୪-୨୫ ଧାନ ସଂଗ୍ରହ ପାଇଁ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ତରଫରୁ ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ବ୍ଲକ ସହ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ  ଗତ ୨୫ ତାରିଖରୁ ୩୦ ତାରିଖ ପଯ୍ୟନ୍ତ ପାଞ୍ଚ ଦିନ ଧରି ଏଫଏକ୍ୟୁ ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନ ଶିବିରରେ ଉପସ୍ଥିତ ଶତାଧିକ ଚାଷୀ ଯୋଗ ଦେଇ ଏଫଏକ୍ୟୁ […]

ଖରିଫ ଧାନ ସଂଗ୍ରହ ପାଇଁ ସଚେତନତା ଶିବିର ଅନୁଷ୍ଠିତ 

କଣ୍ଟାବାଞ୍ଜି : ଚଳିତ ବର୍ଷ ଖରିଫ ଧାନ ୨୦୨୪-୨୫ ଧାନ ସଂଗ୍ରହ ପାଇଁ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ତରଫରୁ ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ବ୍ଲକ ସହ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ  ଗତ ୨୫ ତାରିଖରୁ ୩୦ ତାରିଖ ପଯ୍ୟନ୍ତ ପାଞ୍ଚ ଦିନ ଧରି ଏଫଏକ୍ୟୁ ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନ ଶିବିରରେ ଉପସ୍ଥିତ ଶତାଧିକ ଚାଷୀ ଯୋଗ ଦେଇ ଏଫଏକ୍ୟୁ ଧାନ ବିଷୟରେ ଅବଗତ ହୋଇଥିବାବେଳେ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନୀଳ ମାଧବ ଆଚାର୍ଯ୍ୟ, ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ, ଏ ଆରସିଏସ ସନ୍ତୋଷ କୁମାର ମଲ୍ଲିକ ଯୋଗ ଦେଇ ଏଫଏକ୍ଯୁ ମାନର ଧାନ ସମ୍ବନ୍ଧରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ । ଚାଷୀମାନେ ମଣ୍ଡିକୁ ଧାନ ବିକ୍ରୟ ପାଇଁ ଆଣିବାବେଳେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପଦକ୍ଷପ ନେବା ସହ ବିଷଦ ଭାବରେ ଶିବିରରେ ଆଲୋଚନା କରାଯାଇଥିଲା । ଏଥର ଖରିଫ ୨୦୨୪-୨୫ ବର୍ଷରେ ସରକାର ମଣ୍ଡି ଜରିଆରେ ଧାନ କ୍ରୟ ପାଇଁ ସର୍ବ ନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ଅତିରିକ୍ତ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇମପୁଟ ସବସିଡି ଭାବେ ଚାଷୀ ଭାଇ ମାନଙ୍କୁ ଦେବାପାଇଁ ଧାର୍ଯ୍ୟ କରାଯାଇଥିବାରୁ ଚାଷୀମାନଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ।