ଖର୍ଚ୍ଚ ବଢ଼ୁଛି, ଲାଭ କମୁଛି: ଜୋମାଟୋର ବାର୍ଷିକ ଲାଭରେ ୫୭ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ: ଖର୍ଚ୍ଚ ବଢ଼ୁଛି, ଆୟ ବି ବଢ଼ୁଛି, ହେଲେ ଲାଭ ହେଉନି। ଅନ୍ଲାଇନ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋରେ ବର୍ତ୍ତମାନ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ଜମାଟୋ ୫୯ କୋଟି ଟଙ୍କା ଲାଭ କରିଛି। ହେଲେ ବାର୍ଷିକ ଆଧାରରେ ରିପୋର୍ଟକୁ ଦେଖିଲେ ଏଥିରେ ୫୭ ପ୍ରତିଶତ ହ୍ରାସ ହୋଇଛି। ଗତ ବର୍ଷ ସମାନ ତ୍ରୈମାସିକରେ କମ୍ପାନୀର କନସୋଲିଡେଟ୍ ଲାଭ ୧୩୮ କୋଟି ଟଙ୍କା ଥିଲା।ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଜୋମାଟୋର ଅପରେସନାଲ ରେଭିନ୍ୟୁ ବାର୍ଷିକ ଆଧାରରେ ୬୪% ବୃଦ୍ଧି ପାଇ ୫,୪୦୫ କୋଟି ଟଙ୍କାରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ, ଜୋମାଟୋ ୩,୨୮୮ କୋଟି ଟଙ୍କାର ରାଜସ୍ୱ ଆୟ କରିଥିଲା। ଦ୍ୱିତୀୟ ତ୍ରୟମାସିକ ତୁଳନାରେ ୬୬ ପ୍ରତିଶତ କମିଲା ଲାଭଦ୍ୱିତୀୟ ତ୍ରୈମାସିକ ତୁଳନାରେ କମ୍ପାନୀର ଲାଭ ୬୬.୪୭% ହ୍ରାସ ପାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୪ରେ, କମ୍ପାନୀର ଲାଭ ୧୭୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ରେଭିନ୍ୟୁ ୧୨.୬୩% ବୃଦ୍ଧି ଘଟିଥିଲା। ଗତ ତ୍ରୈମାସିକରେ କମ୍ପାନୀ ୪୭୯୯ କୋଟି ଟଙ୍କା ରାଜସ୍ୱ ଆୟ କରିଥିଲା।
ନୂଆଦିଲ୍ଲୀ: ଖର୍ଚ୍ଚ ବଢ଼ୁଛି, ଆୟ ବି ବଢ଼ୁଛି, ହେଲେ ଲାଭ ହେଉନି। ଅନ୍ଲାଇନ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋରେ ବର୍ତ୍ତମାନ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ଜମାଟୋ ୫୯ କୋଟି ଟଙ୍କା ଲାଭ କରିଛି। ହେଲେ ବାର୍ଷିକ ଆଧାରରେ ରିପୋର୍ଟକୁ ଦେଖିଲେ ଏଥିରେ ୫୭ ପ୍ରତିଶତ ହ୍ରାସ ହୋଇଛି। ଗତ ବର୍ଷ ସମାନ ତ୍ରୈମାସିକରେ କମ୍ପାନୀର କନସୋଲିଡେଟ୍ ଲାଭ ୧୩୮ କୋଟି ଟଙ୍କା ଥିଲା।
ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଜୋମାଟୋର ଅପରେସନାଲ ରେଭିନ୍ୟୁ ବାର୍ଷିକ ଆଧାରରେ ୬୪% ବୃଦ୍ଧି ପାଇ ୫,୪୦୫ କୋଟି ଟଙ୍କାରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ, ଜୋମାଟୋ ୩,୨୮୮ କୋଟି ଟଙ୍କାର ରାଜସ୍ୱ ଆୟ କରିଥିଲା।
ଦ୍ୱିତୀୟ ତ୍ରୟମାସିକ ତୁଳନାରେ ୬୬ ପ୍ରତିଶତ କମିଲା ଲାଭ
ଦ୍ୱିତୀୟ ତ୍ରୈମାସିକ ତୁଳନାରେ କମ୍ପାନୀର ଲାଭ ୬୬.୪୭% ହ୍ରାସ ପାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୪ରେ, କମ୍ପାନୀର ଲାଭ ୧୭୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ରେଭିନ୍ୟୁ ୧୨.୬୩% ବୃଦ୍ଧି ଘଟିଥିଲା। ଗତ ତ୍ରୈମାସିକରେ କମ୍ପାନୀ ୪୭୯୯ କୋଟି ଟଙ୍କା ରାଜସ୍ୱ ଆୟ କରିଥିଲା।