ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ
ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ରହିଛି। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୁଧବାର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜୁ ଜନତା ଦଳ ନାମାଙ୍କନ ଲାଗି ଟିକେଟ ଦେଇଛି। ଫଳରେ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ସସ୍ପେନ୍ସରୁ ପରଦା ହଟିଛି। ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ଗତମାସ ୩ତାରିଖରେ ପ୍ରାର୍ଥୀ ଘୋଷଣା କରି ବିଧାୟିକା ସୂର୍ଯ୍ୟମଣିଙ୍କ […] The post ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ appeared first on Dharitri Odia News.
ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ରହିଛି। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୁଧବାର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜୁ ଜନତା ଦଳ ନାମାଙ୍କନ ଲାଗି ଟିକେଟ ଦେଇଛି। ଫଳରେ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ସସ୍ପେନ୍ସରୁ ପରଦା ହଟିଛି।
ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ଗତମାସ ୩ତାରିଖରେ ପ୍ରାର୍ଥୀ ଘୋଷଣା କରି ବିଧାୟିକା ସୂର୍ଯ୍ୟମଣିଙ୍କ ନାମକୁ ରିପିଟ କରାଯାଇଥିଲା। ହେଲେ ଗଞ୍ଜାମ ଜିଲାର ସମସ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ଲାଗି ଦଳ ଟିକେଟ ଦେଇଥିବା ବେଳେ ସୂର୍ଯ୍ୟମଣିଙ୍କୁ ମିଳି ନ ଥିଲା। ଯାହାକି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଦଳୀୟ ଗୋଷ୍ଠୀ କନ୍ଦଳ ତୀବ୍ରତର ହୋଇ ବିଦ୍ରୋହ ଦେଖାଦେଇଥିଲା। ବିଜେଡି କାହାକୁ ପ୍ରାର୍ଥୀ କରିବ ସେଥିନେଇ ଚିନ୍ତାରେ ପଡିଥିଲା। ସୂର୍ଯ୍ୟମଣିଙ୍କୁ ଟିକେଟ ଦେବ ନା ଅନ୍ୟ ନୂଆ ମୁହଁ କାହାକୁ ଦେବ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ଫଳରେ ଦଳର କେତେକ ନେତୃବୃନ୍ଦ ଦୀର୍ଘ ୫ଦିନ ଧରି ସବୁସ୍ତରରୁ ଅଙ୍କ କଷି ଶେଷରେ ସୂର୍ଯ୍ୟମଣିଙ୍କ ନାମରେ ମୋହର ମାରିଛନ୍ତି।
The post ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ appeared first on Dharitri Odia News.