ଖଳନାୟକ ସିନେମା ଦେଖି ପ୍ରେମିକାର ଗଳା କାଟିଲା ପ୍ରେମିକ, କହିଲା ଧୋକାର ପରିଣାମ ମୃତ୍ୟୁ
ହତ୍ୟାକାଣ୍ଡ ପରେ ହସି ହସି କହୁଛି, "ମୁଁ ସଞ୍ଜୟ ଦତ୍ତର ଫ୍ୟାନ୍। ଯିଏ ପ୍ରେମରେ ଧୋକା ଦେବ ତାର ପରିଣାମ ମୃତ୍ୟୁ ଦଣ୍ଡ ଭୋଗିବ।"
ପ୍ରେମିକାର ଗଳା କାଟି ହତ୍ୟା କରିବା ପରେ ଜଣେ ପ୍ରେମିକ ଦେଇଛି ଆଶ୍ଚର୍ଯ୍ୟକର ବୟାନ। ହତ୍ୟା କରିବା ପରେ ମଧ୍ୟ ମନରେ ସାମାନ୍ୟତମ ଭୟ ନାହିଁ, ବରଂ ଧୋକାର ପରିଣାମ ମୃତ୍ୟୁ ବୋଲି ହସି ହସି କହୁଛି।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବୁଲନ୍ଦଶହରର ଏକ ଶ୍ମଶାନ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। କେହି ତାଙ୍କ ଗଳାକାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ପୁଲିସ ଖୋଜାଖୋଜି କରି ସ୍ଥାନୀୟ ଅଞ୍ଚଳର ଅଦନାନ ନାମକ ଜଣେ ଯୁବକକୁ ଅଟକ ରଖିଥିଲା।
ପଚରା ଉଚରା ସମୟରେ ଅଦନାନ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛି। ପ୍ରେମରେ ଧୋକା ଦେଇଥିବାରୁ ସେ ଏପରି କରିଥିବା କହିଛି। ଅଦନାନା କହିଛି ଯେ, ସେ ଆସମାନ(ତାଙ୍କ ପ୍ରେମିକା)ଙ୍କ ସହ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ। କିଛି ଦିନ ହେବ ତାଙ୍କ ଫୋନ୍ ଖରାପ ହୋଇ ଯାଇଥିଲେ। ସେ ତାଙ୍କୁ ୧୦ ହଜାର ଟଙ୍କାର ଏକ ନୂଆ ଫୋନ୍ କିଣି ଦେଇଥିଲେ।
କିନ୍ତୁ ଯେତେବେଳେ କଲ୍ କରୁଥିଲେ, ନଂ ବ୍ୟସ୍ତ ଆସୁଥିଲା। ଫଳରେ ଆସମାନ ଅନ୍ୟ କାହା ସହ କଥା ହେଉଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟ ଯେଉଁ ଶ୍ମଶାନ ନିକଟରେ ପ୍ରାୟତଃ ଦେଖା କରନ୍ତି, ସେଠାକୁ ଆସମାନଙ୍କୁ ଡାକିଥିଲା। ସେ ସେଠାକୁ ଆସିବା ପରେ ତାଙ୍କ ଫୋନ୍ ଯାଞ୍ଚ କରିଥିଲେ ଏବଂ ଅନ୍ୟ ନଂ ସହ କଥା ହେବା ଦେଖି ସେହିଠାରେ ହିଁ ଗଳା କାଟି ହତ୍ୟା କରିଥିଲେ।
ହତ୍ୟାକାଣ୍ଡ ବାବଦରେ ସ୍ୱୀକାର କରିବା ବେଳେ ଅଦନାନ ହସୁଥିବାର ଦେଖିବାକୁ ମିଳୁଛି। ଅଦନାନ କହିଛି ଯେ, ସେ ସଞ୍ଜୟ ଦତ୍ତଙ୍କ ଫ୍ୟାନ। ଖଳନାୟକ ସିନେନା ଦେଖି ହତ୍ୟା କରିଛି। ପ୍ରେମରେ ଧୋକା ଦେଉଥିବା ବ୍ୟକ୍ତିର ପରିଣାମ ମୃତ୍ୟୁ। କେବଳ ପ୍ରେମରେ ନୁହେଁ ଯଦି କେହି ବନ୍ଧୁ ବି ମୋତେ ଧୋକା ଦିଅନ୍ତି ତେବେ ମୁଁ ତାଙ୍କୁ ବି ଜୀବନରୁ ମାରିଦେବି।
ପୁଲିସ ଏହି ମାମଲାରେ ଅଦନାନକୁ ଗିରଫ କରି କୋର୍ଟଚାଲାଣ କରିଛି।
गर्लफ्रेंड की हत्या करने वाले अदनान उर्फ बल्लू को सुनिए..."मोहब्बत में धोखा देने वालों की सिर्फ एक ही सजा है मौत, चाकू से गर्दन काट डाली"
???? बुलंदशहर, उत्तर प्रदेश https://t.co/KEZ4adMLgv pic.twitter.com/0njxzOHcst— Sachin Gupta (@SachinGuptaUP) June 12, 2024