ଖଳାରେ ଭିଜୁଛି ଅମଳ ଧାନ । ମୁକୁଳା ମଣ୍ଡିରେ ଚାଷୀଙ୍କ ଆଶା ।
କନକ ବ୍ୟୁରୋ: ଅଦିନିଆ ବର୍ଷା ଦେଖି ଚାଷୀ କୂଳ ହତାଶ, ନିଜ ବର୍ଷକର ଦାନାକୁ କିପରି ସୁରକ୍ଷିତ ରଖିହେବ ସେ ବ୍ୟବସ୍ଥାରେ ଲାଗିଛନ୍ତି । କେଉଁଠି ଧାନ କିଆରୀରେ ପଡ଼ିଛି ତ ପୁଣି କେଉଁଠି ପାଚିଲା ଧାନ କଟା ଯାଇନି । କିଛି ଚାଷୀ ଧାନ କାଟି ବିଲରେ ପକାଇ ରଖିଥିବା ବେଳେ ସୁରକ୍ଷିତ ସ୍ଥାନକୁ ବୋହିବାରେ ବ୍ୟସ୍ତ ଅଛନ୍ତି ଚାଷୀ । ତେବେ ଯଦି ଏଭଳି ପାଗ ଲାଗିରହେ ତେବେ ଲଘୁଚାପ ବର୍ଷା ଯୋଗୁଁ ଚାଷ ସର୍ବାଧିକ କ୍ଷୟକ୍ଷତି ହେବା ନିଶ୍ଚିତ । ଚାଷୀଙ୍କ ପିଛା ଛାଡୁନି ସମସ୍ୟା । ଚାଷ ଆରମ୍ଭରୁ ଅମଳ ଯାଏଁ ପାଗରେ ହଠାତ୍ ପରିବର୍ତନ ଚାଷୀଙ୍କ ସ୍ୱପ୍ନ ଧୋଇ ଦେଉଛି । ଧାନ ଅମଳ ବେଳେ ଚାଷୀଙ୍କୁ ନାକେଦମ୍ କରିଛି ଅଦିନିଆ ବର୍ଷା । ଉପକୂଳରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଓଡ଼ିଶା ଚାରିଆଡ଼େ କଲକବ କରୁଛି ବର୍ଷା । ଗୁରୁବାର ସନ୍ଧ୍ୟାରୁ ଲାଗି ରହିଥିବା ବର୍ଷା ଦାଉରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ କାମରେ ଲାଗିଛନ୍ତି ଚାଷୀକୂଳ । ପୁରୀର ପିପିଲି, ସତ୍ୟବାଦୀ, କେନ୍ଦ୍ରାପଡ଼ାର ରାଜନଗର, ଜଗତସିଂହପୁର, କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ଜଗପତି, କଳାହାଣ୍ଡି ଓ ଯାଜପୁର ବିଞ୍ଝାରପୁରରୁ ଆସିଛି ଧାନ ଖଳାର ଦୃଶ୍ୟ । ପଲିଥିନ ତଳେ ବିତୁଛି ଚାଷୀଙ୍କ ସମୟ । ଚାଷ ଜମିରୁ ଖଳା ଓ ମଣ୍ଡି, ସବୁଠି ଖୋଲାମେଲାରେ ପଡ଼ି ରହିଛି ଧାନ । ବର୍ଷକର ପରିଶ୍ରମକୁ ସୁରକ୍ଷିତ ରଖିବା ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଚାଷୀ ତରତର ହୋଇ ଅମ

କନକ ବ୍ୟୁରୋ: ଅଦିନିଆ ବର୍ଷା ଦେଖି ଚାଷୀ କୂଳ ହତାଶ, ନିଜ ବର୍ଷକର ଦାନାକୁ କିପରି ସୁରକ୍ଷିତ ରଖିହେବ ସେ ବ୍ୟବସ୍ଥାରେ ଲାଗିଛନ୍ତି । କେଉଁଠି ଧାନ କିଆରୀରେ ପଡ଼ିଛି ତ ପୁଣି କେଉଁଠି ପାଚିଲା ଧାନ କଟା ଯାଇନି । କିଛି ଚାଷୀ ଧାନ କାଟି ବିଲରେ ପକାଇ ରଖିଥିବା ବେଳେ ସୁରକ୍ଷିତ ସ୍ଥାନକୁ ବୋହିବାରେ ବ୍ୟସ୍ତ ଅଛନ୍ତି ଚାଷୀ । ତେବେ ଯଦି ଏଭଳି ପାଗ ଲାଗିରହେ ତେବେ ଲଘୁଚାପ ବର୍ଷା ଯୋଗୁଁ ଚାଷ ସର୍ବାଧିକ କ୍ଷୟକ୍ଷତି ହେବା ନିଶ୍ଚିତ ।
ଚାଷୀଙ୍କ ପିଛା ଛାଡୁନି ସମସ୍ୟା । ଚାଷ ଆରମ୍ଭରୁ ଅମଳ ଯାଏଁ ପାଗରେ ହଠାତ୍ ପରିବର୍ତନ ଚାଷୀଙ୍କ ସ୍ୱପ୍ନ ଧୋଇ ଦେଉଛି । ଧାନ ଅମଳ ବେଳେ ଚାଷୀଙ୍କୁ ନାକେଦମ୍ କରିଛି ଅଦିନିଆ ବର୍ଷା । ଉପକୂଳରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଓଡ଼ିଶା ଚାରିଆଡ଼େ କଲକବ କରୁଛି ବର୍ଷା । ଗୁରୁବାର ସନ୍ଧ୍ୟାରୁ ଲାଗି ରହିଥିବା ବର୍ଷା ଦାଉରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ କାମରେ ଲାଗିଛନ୍ତି ଚାଷୀକୂଳ । ପୁରୀର ପିପିଲି, ସତ୍ୟବାଦୀ, କେନ୍ଦ୍ରାପଡ଼ାର ରାଜନଗର, ଜଗତସିଂହପୁର, କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ଜଗପତି, କଳାହାଣ୍ଡି ଓ ଯାଜପୁର ବିଞ୍ଝାରପୁରରୁ ଆସିଛି ଧାନ ଖଳାର ଦୃଶ୍ୟ । ପଲିଥିନ ତଳେ ବିତୁଛି ଚାଷୀଙ୍କ ସମୟ । ଚାଷ ଜମିରୁ ଖଳା ଓ ମଣ୍ଡି, ସବୁଠି ଖୋଲାମେଲାରେ ପଡ଼ି ରହିଛି ଧାନ । ବର୍ଷକର ପରିଶ୍ରମକୁ ସୁରକ୍ଷିତ ରଖିବା ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ।
ଚାଷୀ ତରତର ହୋଇ ଅମଳ କରିଥିବା ଧାନକୁ ଏକାଠି ଗଦା କରି ରଖିଛନ୍ତି। କଳାହାଣ୍ଡି ଗୋଲାମୁଣ୍ଡାରେ ମଣ୍ଡିରେ ପଲିଥିନ ତଳେ ଧାନ ବସ୍ତା ରହିଛି । ବର୍ଷା ଅଧିକ ସମୟ ଲାଗିରହିଲେ ଅମଳ ହୋଇଥିବା ଧାନ ଗଜା ହେବା ସହ ଧାନର ମାନ ହ୍ରାସ ପାଇବାର ଆଶଙ୍କା ରହିଛି। ବିଲରେ କଟା ହୋଇନଥିବା ପାଚିଲା ଧାନ ଗୁଡିକ କେଣ୍ଡାରୁ ଝଡିଯିବ ବୋଲି କହିଛନ୍ତି ଚାଷୀ । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ଲାଗି ରହିବ । କେତେକ ଜିଲ୍ଲାରେ ପାଗ କୋହଲା ରହିବ । ପାଣିପାଗ ବିଭାଗର ଏଭଳି ଆକଳନ ଚାଷୀଙ୍କ ହୋସ୍ ଉଡ଼ାଇ ଦେଇଛି ।