ଖସୁଛି ପାରଦ, ବଢୁଛି ଥଣ୍ଡା,୧୦ ଡିଗ୍ରୀ ତଳେ ୮ଟି ସହରର ରାତି ତାପମାତ୍ରା । ଜାଡ଼ ମାଡ଼ରେ ଜଡ଼ସଡ଼ ଜନଜୀବନ

କନକ ବ୍ୟୁରୋ: ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ, ଥରୁଛି  ସାରା ଓଡିଶା। ରାଜ୍ୟରେ ୪୮ ଘଣ୍ଟା ଯାଏ ଅର୍ଥାତ ୧୬ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ । ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆସନ୍ତା ୨୪ ଘଣ୍ଟାରେ  ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଂଟାରେ  କଲାହାଣ୍ଡି ଓ କନ୍ଧମାଳରେ  ଗୋଟିଏ  ଦୁଇଟି  ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି  ସେପଟେ  ଆଗାମୀ ୩ ଦିନ ପାଇଁ  ସର୍ବନିମ୍ନ ତାପମାତ୍ରାରେ  ପରିବର୍ତନ ହେବାର  ନାହିଁ । ପରେ ୨ ରୁ ୫ ଡିଗ୍ରୀ  ତାପମାତ୍ରା ବୃଦ୍ଧି ହେବାର ଅଛି। ଅନ୍ୟପଟେ ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷା ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ  । ସେପଟେ କୋଇଡାରେ ଭୀଷଣ ଥଣ୍ଡା  । ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି ।  ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।  ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତ୍ରି ସିପ୍ଟ ଓ ସ

ଖସୁଛି ପାରଦ, ବଢୁଛି ଥଣ୍ଡା,୧୦ ଡିଗ୍ରୀ ତଳେ ୮ଟି ସହରର ରାତି ତାପମାତ୍ରା । ଜାଡ଼ ମାଡ଼ରେ ଜଡ଼ସଡ଼ ଜନଜୀବନ

କନକ ବ୍ୟୁରୋ: ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ, ଥରୁଛି  ସାରା ଓଡିଶା। ରାଜ୍ୟରେ ୪୮ ଘଣ୍ଟା ଯାଏ ଅର୍ଥାତ ୧୬ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ । ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆସନ୍ତା ୨୪ ଘଣ୍ଟାରେ  ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଂଟାରେ  କଲାହାଣ୍ଡି ଓ କନ୍ଧମାଳରେ  ଗୋଟିଏ  ଦୁଇଟି  ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି 

ସେପଟେ  ଆଗାମୀ ୩ ଦିନ ପାଇଁ  ସର୍ବନିମ୍ନ ତାପମାତ୍ରାରେ  ପରିବର୍ତନ ହେବାର  ନାହିଁ । ପରେ ୨ ରୁ ୫ ଡିଗ୍ରୀ  ତାପମାତ୍ରା ବୃଦ୍ଧି ହେବାର ଅଛି। ଅନ୍ୟପଟେ ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷା ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ  ।

ସେପଟେ କୋଇଡାରେ ଭୀଷଣ ଥଣ୍ଡା  । ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । 

ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।  ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତ୍ରି ସିପ୍ଟ ଓ ସକାଳୁ କାର୍ଯ୍ୟ କୁ ଯାଉଥିବା ଶ୍ରମିକ , ଖଟିକିଆ ଶ୍ରମିକ, ଗରିବ ବୃଦ୍ଧ ବୃଦ୍ଧା ହଇରାଣ ହେଉଛନ୍ତି । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ଆଦି ଅଂଚଳରେ ତୁଷାର ପାତ ଦେଖିବାକୁ ମିଳିଥିଲା । ସେପଟେ ଆଜି ପ୍ରଳ ଥଣ୍ଡା ପାଇଁ ସୁନ୍ଦରଗଡକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।