ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍‌ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍‌ରେ ୫୦ରୁ ୬୦ ଜଣ ପିଲା ଥିଲେ। ଟେବୁଲ ଉପରେ ଖାଦ୍ୟ ପ୍ଲେଟ୍‌ ରହିଥିବା ଦେଖାଯାଇଛି। ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ଅଧିକ ପିଲାଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ହଷ୍ଟେଲ ବିଲ୍ଡିଂ ଚୂର୍‌ମାର […] The post ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା… appeared first on Dharitri Odia News.

ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍‌ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍‌ରେ ୫୦ରୁ ୬୦ ଜଣ ପିଲା ଥିଲେ। ଟେବୁଲ ଉପରେ ଖାଦ୍ୟ ପ୍ଲେଟ୍‌ ରହିଥିବା ଦେଖାଯାଇଛି। ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ଅଧିକ ପିଲାଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ହଷ୍ଟେଲ ବିଲ୍ଡିଂ ଚୂର୍‌ମାର ହୋଇଯାଇଛି। ଏହି ଦୁଃଖଦ ଘଟଣା ସମୁଦାୟ ମେଡିକାଲ ଶିକ୍ଷା ବିଭାଗକୁ ଗଭୀର ପ୍ରଭାବିତ କରିଛି। ବି.ଜେ. ମେଡିକାଲ କଲେଜ ଗୁଜରାଟର ସବୁଠୁ ପୁରାତନ ମେଡିକାଲ କଲେଜ ହୋଇଥିଲାବେଳେ ସମଗ୍ର ଦେଶରେ ଅନ୍ୟତମ ପୁରାତନ କଲେଜ। ସେଠାରେ ଏମ୍‌ବିବିଏସ୍‌ରେ ୨୫୦ ଜଣ ଏବଂ ପିଜି ପାଠ୍ୟକ୍ରମରେ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। ଏହି କଲେଜରେ ୨୪ଟି ବିଭାଗରେ ପିଜି ପାଠ୍ୟକ୍ରମ ରହିଥିବାବେଳେ ୧୧ଟି ବିଭାଗରେ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ ରହିଛି।

ଭୟାବହ ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ବିମାନରେ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କୁ ମିଶାଇ ୨୪୨ ଜଣ ଥିବାବେଳେ ଏହା ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା। ବିମାନର ମାତ୍ର ଜଣେ ଯାତ୍ରୀ ବଞ୍ଚତ୍ତ୍ଥିବା ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ୨୪୧ ଜଣ ମୃତ ଆଶଙ୍କା କରାଯାଉଛି। ସେହିପରି ହଷ୍ଟେଲର ଅନେକ ଅନ୍ତେବାସୀ ପ୍ରାଣ ହରାଇଛନ୍ତି। ଇନ୍ଧନ ଜଳିବା ଯୋଗୁ ବିମାନ ଭିତରେ ତାପମାତ୍ରା ଏତେ ଅଧିକ ଥିଲା ଯେ, କେହି ବଞ୍ଚତ୍ବା ସମ୍ଭାବନା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଡିଏନ୍‌ଏ ପରୀକ୍ଷା ଏବଂ ମୃତକଙ୍କୁ ଚିହ୍ନଟ କରାଯିବା ପରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷଣା କରାଯିବ।

The post ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା… appeared first on Dharitri Odia News.