ଖାତା ଲେଖିବାକୁ ବାଧ୍ୟ କରୁଛନ୍ତି ସିନିୟର, ନ ଲେଖିଲେ ଧମକ…
ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଆସିଛି। କେତେଜଣ ସିନିୟର ଛାତ୍ରୀ ପ୍ରଥମ ବର୍ଷ ଏମ୍ବିବିଏସ୍ ହଷ୍ଟେଲକୁ ଆସି ଜୁନିୟର ଛାତ୍ରୀଙ୍କୁ ନିଜ ଖାତା ଲେଖିଦେବାକୁ ବାଧ୍ୟ କରୁଛନ୍ତି। ନ ଲେଖିଲେ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏମ୍କେସିଜି ମେଡିକାଲ କଲେଜରେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ପଢୁଥିବା ଏକାଧିକ ଛାତ୍ରୀଙ୍କୁ ରାଗିଂ କରାଯାଉଥିବା ସମ୍ପର୍କରେ ଜଣେ ଛାତ୍ରୀଙ୍କ ବାପା ଦିଲ୍ଲୀସ୍ଥିତ ଆଣ୍ଟି ରାଗିଂ ସେଲ୍ରେ […] The post ଖାତା ଲେଖିବାକୁ ବାଧ୍ୟ କରୁଛନ୍ତି ସିନିୟର, ନ ଲେଖିଲେ ଧମକ… appeared first on Dharitri Odia News.
ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଆସିଛି। କେତେଜଣ ସିନିୟର ଛାତ୍ରୀ ପ୍ରଥମ ବର୍ଷ ଏମ୍ବିବିଏସ୍ ହଷ୍ଟେଲକୁ ଆସି ଜୁନିୟର ଛାତ୍ରୀଙ୍କୁ ନିଜ ଖାତା ଲେଖିଦେବାକୁ ବାଧ୍ୟ କରୁଛନ୍ତି। ନ ଲେଖିଲେ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଏମ୍କେସିଜି ମେଡିକାଲ କଲେଜରେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ପଢୁଥିବା ଏକାଧିକ ଛାତ୍ରୀଙ୍କୁ ରାଗିଂ କରାଯାଉଥିବା ସମ୍ପର୍କରେ ଜଣେ ଛାତ୍ରୀଙ୍କ ବାପା ଦିଲ୍ଲୀସ୍ଥିତ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ଏମ୍କେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି।
ଏନେଇ ସୋମବାର ଏମ୍କେସିଜି ଆଣ୍ଟି ରାଗିଂ କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି। ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ସହ ହଷ୍ଟେଲରେ ୪୦ଜଣ ପ୍ରଥମ ବର୍ଷର ଛାତ୍ରୀ ରହୁଛନ୍ତି। ସିନିୟର ଛାତ୍ରୀମାନେ ପ୍ରତ୍ୟେକ ରାତିରେ ହଷ୍ଟେଲ ଭିତରକୁ ଯାଉଛନ୍ତି । ସେମାନେ ନିଜର ଖାତା ଲେଖିଦେବାକୁ ବାଧ୍ୟ କରୁଛନ୍ତି । ପ୍ରଥମ ବର୍ଷର ଛାତ୍ରୀମାନେ ରାଜି ନ ହେଲେ ରାଗିଂ କରିବା ସହ ନାନାପ୍ରକାର ଧମକ ଦେଉଛନ୍ତି। ଏହାକୁ ନେଇ ପ୍ରଥମ ବର୍ଷର ବହୁ ଛାତ୍ରୀ ମାନସିକ ଅଶାନ୍ତିରେ ରହିଛନ୍ତି ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ରାଗିଂ କରୁଥିବା ୪ ଜଣ ସିନିୟର ଛାତ୍ରୀଙ୍କ ନାମ ମଧ୍ୟ ସେ ଆଣ୍ଟି ରାଗିଂ ସେଲକୁ ଜଣାଇଛନ୍ତି।
The post ଖାତା ଲେଖିବାକୁ ବାଧ୍ୟ କରୁଛନ୍ତି ସିନିୟର, ନ ଲେଖିଲେ ଧମକ… appeared first on Dharitri Odia News.