ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି
ଭୁବନେଶ୍ୱର,୯୧୧(ଅନିଲ ଦାସ):ମିଳିତ ଜାତିସଂଘ ତରଫରୁ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏକ ଖାଦ୍ୟ ଅଭାବୀ ରାଜ୍ୟରୁ କିପରି ଭାବେ ଓଡ଼ିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଥିଲା, ଓଡ଼ିଶାର ଏହି ସଫଳତା ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। […] The post ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି appeared first on Dharitri Odia News.
ଭୁବନେଶ୍ୱର,୯୧୧(ଅନିଲ ଦାସ):ମିଳିତ ଜାତିସଂଘ ତରଫରୁ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏକ ଖାଦ୍ୟ ଅଭାବୀ ରାଜ୍ୟରୁ କିପରି ଭାବେ ଓଡ଼ିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଥିଲା, ଓଡ଼ିଶାର ଏହି ସଫଳତା ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଗୁରୁବାର ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ପ୍ରତିକ୍ରିୟା ଉପରେ ମତ ରଖି ପୂର୍ବତନ ଯୋଗାଣ ମନ୍ତ୍ରୀ କହିଛନ୍ତି, ଘଟଣାଗୁଡ଼ିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି । କିନ୍ତୁ ତାକୁ ନେଇ ଶସ୍ତା ଓ ଅରୁଚିକର ମନ୍ତବ୍ୟ ବିଭାଗୀୟ ମନ୍ତ୍ରୀ ଦେଉଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ ବୋଲି ଅତନୁ କହିଛନ୍ତି।
The post ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି appeared first on Dharitri Odia News.