ଖାଦ୍ୟ ମାନ ଯାଞ୍ଚ ସମୟରେ ଉତ୍ତେଜନା, ଅଧିକାରୀ- ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା
କଟକ: ଖାଦ୍ୟ ମାନ ଯାଞ୍ଚ ପାଇଁ ଚଢ଼ାଉବେଳେ ଉତ୍ତେଜନା। ଅଧିକାରୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ। ଘଟଣା ଦେଖିବାକୁ ମିଳିଛି କଟକ ହରିପୁର ରୋଡରେ। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ହରିପୁର ରୋଡରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଖାଦ୍ୟ ମାନ ଯାଞ୍ଚ ପାଇଁ ପହଞ୍ଚିଥିଲେ ସିଏମସି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଫୁଡ୍ ସେଫ୍ଟି ଅଧିକାରୀ ଏବଂ କର୍ମଚାରୀ।ଆଉ ଲର୍ଡସ୍ ହୋଟେଲ ନିକଟରେ ଏକ ଫାଷ୍ଟଫୁଡ୍ ଠେଲାରେ ଖାଦ୍ୟର ମାନ ଯାଞ୍ଚ ବେଳେ ସମ୍ପୃକ୍ତ ବ୍ୟବସାୟୀ ଓ ସିଏମ୍ସି ଅଧିକାରୀମାନଙ୍କ ମଧ୍ୟରେ ଉଚ୍ଚବାଚ ଓ ଠେଲାପେଲା ହୋଇଥିଲା। ତେବେ ସିଏମସି ଅଧିକାରୀ ଓ କର୍ମଚାରୀମାନେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକ ଅଭିଯୋଗ କରିଥିବେଳେ, ଖାଦ୍ୟ ମାନ ଯାଞ୍ଚ ସମୟରେ ଅପମିଶ୍ରଣ କଥା ଧରାପଡିଯିବାରୁ ବ୍ୟବସାୟୀ ଜଣକ ଉତକ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା ସହ କାମରେ ବାଧା ସୃଷ୍ଟି କରିଥିବା ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ପୁରୀଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ନେଇଛି।
କଟକ: ଖାଦ୍ୟ ମାନ ଯାଞ୍ଚ ପାଇଁ ଚଢ଼ାଉବେଳେ ଉତ୍ତେଜନା। ଅଧିକାରୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ। ଘଟଣା ଦେଖିବାକୁ ମିଳିଛି କଟକ ହରିପୁର ରୋଡରେ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ହରିପୁର ରୋଡରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଖାଦ୍ୟ ମାନ ଯାଞ୍ଚ ପାଇଁ ପହଞ୍ଚିଥିଲେ ସିଏମସି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଫୁଡ୍ ସେଫ୍ଟି ଅଧିକାରୀ ଏବଂ କର୍ମଚାରୀ।
ଆଉ ଲର୍ଡସ୍ ହୋଟେଲ ନିକଟରେ ଏକ ଫାଷ୍ଟଫୁଡ୍ ଠେଲାରେ ଖାଦ୍ୟର ମାନ ଯାଞ୍ଚ ବେଳେ ସମ୍ପୃକ୍ତ ବ୍ୟବସାୟୀ ଓ ସିଏମ୍ସି ଅଧିକାରୀମାନଙ୍କ ମଧ୍ୟରେ ଉଚ୍ଚବାଚ ଓ ଠେଲାପେଲା ହୋଇଥିଲା।
ତେବେ ସିଏମସି ଅଧିକାରୀ ଓ କର୍ମଚାରୀମାନେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକ ଅଭିଯୋଗ କରିଥିବେଳେ, ଖାଦ୍ୟ ମାନ ଯାଞ୍ଚ ସମୟରେ ଅପମିଶ୍ରଣ କଥା ଧରାପଡିଯିବାରୁ ବ୍ୟବସାୟୀ ଜଣକ ଉତକ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା ସହ କାମରେ ବାଧା ସୃଷ୍ଟି କରିଥିବା ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ପୁରୀଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ନେଇଛି।