ଖାଦ୍ୟପ୍ରେମୀଙ୍କ ପାଇଁ ଦୁଖଦ ଖବର, ଦେଶରେ କୋବି ମଞ୍ଚୁରିଆନ ଡିସ୍ ବ୍ୟାନ୍
ଗୋଆ,୫।୨: କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି। କାରଣ ଦେଶରେ ଏକ ସହରରେ ଏହି ଡିସ୍କୁ ବ୍ୟାନ କରାଯାଇଛି। କୋବି ମଞ୍ଚୁରିଆନ ଏକ ଫ୍ୟୁଜନ ଡିସ୍ ଅଟେ। ଯାହାକୁ ସାଧାରଣତଃ ଟମାଟୋ ସସ୍ ସହ ପରଷା ଯାଇଥାଏ। ଏହି ଡିସ୍ ଅନେକ ଲୋକଙ୍କର ପସନ୍ଦିଆ ଖାଦ୍ୟ ଅଟେ। ତେବେ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସିନ୍ଥେଟିକ ରଙ୍ଗ ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଗୋଆର ଏକ ସହରରେ ଏହି ଡିସ୍କୁ ବ୍ୟାନ କରାଯାଇଛି। […] The post ଖାଦ୍ୟପ୍ରେମୀଙ୍କ ପାଇଁ ଦୁଖଦ ଖବର, ଦେଶରେ କୋବି ମଞ୍ଚୁରିଆନ ଡିସ୍ ବ୍ୟାନ୍ appeared first on Dharitri Odia News.
ଗୋଆ,୫।୨: କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି। କାରଣ ଦେଶରେ ଏକ ସହରରେ ଏହି ଡିସ୍କୁ ବ୍ୟାନ କରାଯାଇଛି। କୋବି ମଞ୍ଚୁରିଆନ ଏକ ଫ୍ୟୁଜନ ଡିସ୍ ଅଟେ। ଯାହାକୁ ସାଧାରଣତଃ ଟମାଟୋ ସସ୍ ସହ ପରଷା ଯାଇଥାଏ। ଏହି ଡିସ୍ ଅନେକ ଲୋକଙ୍କର ପସନ୍ଦିଆ ଖାଦ୍ୟ ଅଟେ। ତେବେ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସିନ୍ଥେଟିକ ରଙ୍ଗ ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଗୋଆର ଏକ ସହରରେ ଏହି ଡିସ୍କୁ ବ୍ୟାନ କରାଯାଇଛି।
ଗୋଆର ମାପୁସା ସହରରେ ଏହି ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାପୁସା ନଗର ପରିଷଦ ଏହି ଡିସ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରଥମ ନଗର ନିଗମ ଅଟେ। ୨୦୨୨ରେ ଶ୍ରୀ ଦାମୋଦର ମନ୍ଦିରରେ ବାସ୍କୋ ସପ୍ତାହ ପାଳନ ଭିତରେ ଖାଦ୍ୟ ଓ ଔଷଧ ପ୍ରାାସନ(ଏଫଡିଏ) କୋବି ମଞ୍ଚୁରିଆନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।
The post ଖାଦ୍ୟପ୍ରେମୀଙ୍କ ପାଇଁ ଦୁଖଦ ଖବର, ଦେଶରେ କୋବି ମଞ୍ଚୁରିଆନ ଡିସ୍ ବ୍ୟାନ୍ appeared first on Dharitri Odia News.