ଖାମେନିଙ୍କ ଘୋଷଣା- ସରେଣ୍ଡର କରିବନି ଇରାନ

ତେହେରାନ ୧୮।୬: ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲାହ ଖାମେନି ବୁଧବାର ସଫାସଫା କହିଛନ୍ତି ଯେ ଇରାନ କେବେ ସରେଣ୍ଡର କରିବ ନାହିଁ। ଏଥିରେ ଯଦି ଇସ୍ରାଏଲ ପକ୍ଷରୁ ଆମେରିକା ଯୁଦ୍ଧକୁ ଓହ୍ଲାଏ ତେବେ ଏହା ଏକ ପୂର୍ଣ୍ଣ ଯୁଦ୍ଧରେ ପରିଣତ ହେବ। ଏଥିରେ ଆମେରିକାକୁ ବଡ଼ କ୍ଷତି ସହିବାକୁ ପଡିବ। ସେପଟେ ଋଷିଆ ଓ ତୁର୍କି ମଧ୍ୟ ଇସ୍ରାଏଲ ଓ ଆମେରିକାକୁ ଚେତାବନୀ ଦେଇଛନ୍ତି। ଖାମେନି ବୁଧବାର ମଧ୍ୟାହ୍ନ ପରେ ଇରାନ ଜନତାଙ୍କୁ ଟିଭି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି, ଏଥିରେ ସେ ଅନେକ କଥା କହିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଦିନ ହେଲା ଇରାନ ଓ ଖାମେନିଙ୍କ ଉପରେ ବୟାନ ଦେଉଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଖାମେନିଙ୍କୁ ହତ୍ୟା ଧମକ ଦେଉଥିଲେ। ଇରାନ ସୁପ୍ରିମ ଲିଡର ତାଙ୍କ ବାର୍ତ୍ତାରେ ସେମାନଙ୍କୁ ଜବାବ ଦେଇଛନ୍ତି। ଟ୍ରମ୍ପ କହିଥିଲେ ‘ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଦେବା ଉଚିତ’। ତେବେ ଖାମେନି କହିଛନ୍ତି ‘ଲଦି ଦିଆଯିବା ଶାନ୍ତି ଅଥବା ଯୁଦ୍ଧକୁ ଇରାନ ସ୍ୱୀକାର କରିବନି’।   ସେହପରି ଟ୍ରମ୍ପଙ୍କ ଧମକର ଉଲ୍ଲେଖ କରି ସେ କହିଛନ୍ତି ଯେ ‘ଯେଉଁମାନେ ଇରାନର ଇତିହାସକୁ ଜାଣନ୍ତି, ସେମାନେ ଜାଣନ୍ତି ଇରାନ ଧମକର ଭାଷାକୁ ଠିକ୍ ରେ ଜବାବ ଦିଏ’। ଏହି ବାହାନାରେ ଖାମେନି ଆମେରିକାକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଟ୍ରମ୍ପ ଜାଣିବା ଦରକାର ଇରାନ ଆତ୍ମସମର୍ପଣ କରିବ ନାହିଁ ଓ କୌଣସି ପ୍ରକ

ଖାମେନିଙ୍କ ଘୋଷଣା- ସରେଣ୍ଡର କରିବନି ଇରାନ

ତେହେରାନ ୧୮।୬: ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲାହ ଖାମେନି ବୁଧବାର ସଫାସଫା କହିଛନ୍ତି ଯେ ଇରାନ କେବେ ସରେଣ୍ଡର କରିବ ନାହିଁ। ଏଥିରେ ଯଦି ଇସ୍ରାଏଲ ପକ୍ଷରୁ ଆମେରିକା ଯୁଦ୍ଧକୁ ଓହ୍ଲାଏ ତେବେ ଏହା ଏକ ପୂର୍ଣ୍ଣ ଯୁଦ୍ଧରେ ପରିଣତ ହେବ। ଏଥିରେ ଆମେରିକାକୁ ବଡ଼ କ୍ଷତି ସହିବାକୁ ପଡିବ। ସେପଟେ ଋଷିଆ ଓ ତୁର୍କି ମଧ୍ୟ ଇସ୍ରାଏଲ ଓ ଆମେରିକାକୁ ଚେତାବନୀ ଦେଇଛନ୍ତି। 

ଖାମେନି ବୁଧବାର ମଧ୍ୟାହ୍ନ ପରେ ଇରାନ ଜନତାଙ୍କୁ ଟିଭି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି, ଏଥିରେ ସେ ଅନେକ କଥା କହିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଦିନ ହେଲା ଇରାନ ଓ ଖାମେନିଙ୍କ ଉପରେ ବୟାନ ଦେଉଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଖାମେନିଙ୍କୁ ହତ୍ୟା ଧମକ ଦେଉଥିଲେ। ଇରାନ ସୁପ୍ରିମ ଲିଡର ତାଙ୍କ ବାର୍ତ୍ତାରେ ସେମାନଙ୍କୁ ଜବାବ ଦେଇଛନ୍ତି। ଟ୍ରମ୍ପ କହିଥିଲେ ‘ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଦେବା ଉଚିତ’। ତେବେ ଖାମେନି କହିଛନ୍ତି ‘ଲଦି ଦିଆଯିବା ଶାନ୍ତି ଅଥବା ଯୁଦ୍ଧକୁ ଇରାନ ସ୍ୱୀକାର କରିବନି’।   

ସେହପରି ଟ୍ରମ୍ପଙ୍କ ଧମକର ଉଲ୍ଲେଖ କରି ସେ କହିଛନ୍ତି ଯେ ‘ଯେଉଁମାନେ ଇରାନର ଇତିହାସକୁ ଜାଣନ୍ତି, ସେମାନେ ଜାଣନ୍ତି ଇରାନ ଧମକର ଭାଷାକୁ ଠିକ୍ ରେ ଜବାବ ଦିଏ’। ଏହି ବାହାନାରେ ଖାମେନି ଆମେରିକାକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଟ୍ରମ୍ପ ଜାଣିବା ଦରକାର ଇରାନ ଆତ୍ମସମର୍ପଣ କରିବ ନାହିଁ ଓ କୌଣସି ପ୍ରକାରର ଆମେରିକୀୟ ଆକ୍ରମଣର ଗୁରୁତର ଓ ଅପୂରଣୀୟ ପରିଣାମ ହେବ। 

ଖାମେନିଙ୍କ ବାର୍ତ୍ତାର ଖାସ ୩ ପଦ 
ଖାମେନି ତାଙ୍କ ବାର୍ତ୍ତାରେ ଆମେରିକା ଓ ଇସ୍ରାଏଲକୁ ଅନୁନ୍ୟ ୩ଟି ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି। ଇରାନ ଆମେରିକା ସହିତ ପରମାଣୁ ସନ୍ଧି ଉପରେ ଆଲୋଚନା କରୁଥିଲା। ଏହି ସମୟରେ ଇରାନ ପକ୍ଷରୁ କୌଣସି ପ୍ରକାରର ସାମରିକ ଅଥବା କଠୋର କାର୍ଯ୍ୟାନୁଷ୍ଠାନର ସଂକେତ ନଥିଲା। ତେବେ ଏହି ସନ୍ଧିକୁ ଅଟକାଇବା ପାଇଁ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କଲା। ଆମେରିକାର ଭାଗିଦାରୀ ଇସ୍ରାଏଲ ଦୁର୍ବଳତାର ସଂକେତ। ଏଣୁ ଖାମେନି ଇରାନୀ ନାଗରିକଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। 

ଋଷିଆର ଚେତାବନୀ
ଋଷିଆ ଉପ ବୈଦେଶିକ ମନ୍ତ୍ରୀ ସର୍ଗେଇ ରୟାବକୋଭ ବୁଧବାର ଚେତାବନୀ ଦେଇଛନ୍ତି ଯେ ଆମେରିକାର ଇସ୍ରାଏଲକୁ ସିଧା ସାମରିକ ସହାୟତା ମଧ୍ୟପ୍ରାଚ୍ୟ ସ୍ଥିତିରେ ଅସ୍ଥିରତା ସୃଷ୍ଟିକରିପାରେ। ଯଦି ଆମେରିକା ଏପରି କିଛି କରେ ପରିସ୍ଥିତି ଅସ୍ଥିର ହୋଇଯିବ। ତେବେ ଆମେରିକାର ଅନ୍ତରୀଣ ଚର୍ଚ୍ଚା ସମ୍ପର୍କିତ ଏକ ସୂତ୍ରଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଟିମ୍ ଏବେ ଅନେକ ବିକଳ୍ପ ଉପରେ ଚିନ୍ତା କରୁଛନ୍ତି। ଏଥିରେ ଇରାନର ପରମାଣୁ ସ୍ଥଳ ଉପରେ ଆକ୍ରମଣରେ ଇସ୍ରାଏଲକୁ ସମର୍ଥନ କରିବା ମଧ୍ୟ ରହିଛି। 

ତୁର୍କିର ପ୍ରତିକ୍ରିୟା 
ଏଥିରେ ତୁର୍କି ରାଷ୍ଟ୍ରପତି ରେସେପ ତୟପ ଏର୍ଦୋଗନଙ୍କ ବୟାନ ଆସିଛି। ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ମଧ୍ୟପ୍ରାଚ୍ୟ ସୁରକ୍ଷା ପାଇଁ ବଡ଼ ବିପଦ ବୋଲି କହିଛନ୍ତି। ସେ କହିଛନ୍ତି ନେତନ୍ୟାହୁ ଗାଜା ନରସଂହାରରେ ହିଟଲରଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଇସ୍ରାଏଲ ନେତାଙ୍କୁ ନାଜିଙ୍କ ସହ ତୁଳନା କରିବା ତାଙ୍କର ଏହା ପ୍ରଥମ ବୟାନ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ଏପରି ଅନେକ ବୟାନ ଦେଇଛନ୍ତି।