ଖାଲରେ ଫଶିଲା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହଙ୍କ କାର୍, ସାମ୍ନାକୁ ଆସିଲା ଭିଡିଓ...
ନୂଆଦିଲ୍ଲୀ ୨୪।୦୯; ଖାଲରେ ଫଶିଲା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହଙ୍କ କାର୍। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ । ସୋମବାର ଝାଡ଼ଖଣ୍ଡରେ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିବରାଜ ସିଂହ ଚୌହାନ ଝାଡ଼ଖଣ୍ଡ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ସେ ତାଙ୍କର ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳ ପାଇଁ ପ୍ରଚାର କରିବାକୁ ଯାଉଥିଲେ। ଏହି ସମୟରେ ଝାଡ଼ଖଣ୍ଡ ବହରାଗୋଡା ଠାରେ ତାଙ୍କ କାର୍ଟି ଏକ ଖାଲରେ ଫଶିଯାଇଥିଲା ଏହାପରେ ତାଙ୍କ ସୁରକ୍ଷା କର୍ମୀମାନେ କାର୍ ନିକଟରେ ପହଞ୍ଚିଥିଲେ। ତାଙ୍କୁ ଗାଡିକୁ ଖାଲ ଭିତରୁ ବାହାରକୁ ଆଣିଥିଲେ। #WATCH | Jharkhand | Union Minister Shivraj Singh Chouhan's car today got stuck in a muddy pothole amid rains today in Baharagora where he was for a public rally pic.twitter.com/ZYrZanee9K— ANI (@ANI) September 23, 2024ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବର୍ଷା ହେତୁ ସମଗ୍ର ରାସ୍ତା ପାଣିରେ ପରିପୂର୍ଣ୍ଣ ହୋଇଛି । କାରଟି ସଂପୂର୍ଣ୍ଣ ବଙ୍କା ହୋଇଯାଇଛି, ଯାହା ବିପଦର ବିଷୟ । ଯଦି କାରଟିର ଗତି ବେଗ ଅଧିକ ଥାଆନ୍ତା ତେବେ ଏହା ଓଲଟି ପଡିଥାନ୍ତା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍
ନୂଆଦିଲ୍ଲୀ ୨୪।୦୯; ଖାଲରେ ଫଶିଲା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହଙ୍କ କାର୍। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ । ସୋମବାର ଝାଡ଼ଖଣ୍ଡରେ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶିବରାଜ ସିଂହ ଚୌହାନ ଝାଡ଼ଖଣ୍ଡ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ସେ ତାଙ୍କର ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳ ପାଇଁ ପ୍ରଚାର କରିବାକୁ ଯାଉଥିଲେ। ଏହି ସମୟରେ ଝାଡ଼ଖଣ୍ଡ ବହରାଗୋଡା ଠାରେ ତାଙ୍କ କାର୍ଟି ଏକ ଖାଲରେ ଫଶିଯାଇଥିଲା ଏହାପରେ ତାଙ୍କ ସୁରକ୍ଷା କର୍ମୀମାନେ କାର୍ ନିକଟରେ ପହଞ୍ଚିଥିଲେ। ତାଙ୍କୁ ଗାଡିକୁ ଖାଲ ଭିତରୁ ବାହାରକୁ ଆଣିଥିଲେ।
#WATCH | Jharkhand | Union Minister Shivraj Singh Chouhan's car today got stuck in a muddy pothole amid rains today in Baharagora where he was for a public rally pic.twitter.com/ZYrZanee9K— ANI (@ANI) September 23, 2024
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବର୍ଷା ହେତୁ ସମଗ୍ର ରାସ୍ତା ପାଣିରେ ପରିପୂର୍ଣ୍ଣ ହୋଇଛି । କାରଟି ସଂପୂର୍ଣ୍ଣ ବଙ୍କା ହୋଇଯାଇଛି, ଯାହା ବିପଦର ବିଷୟ । ଯଦି କାରଟିର ଗତି ବେଗ ଅଧିକ ଥାଆନ୍ତା ତେବେ ଏହା ଓଲଟି ପଡିଥାନ୍ତା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି, କିଛି ଲୋକ ଏହି କାର୍ଯ୍ୟ ପାଇଁ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦାୟୀ କରୁଥିବାବେଳେ କେହି କେହି କହୁଛନ୍ତି ଯେ ଏହି ରାସ୍ତା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି। ଯେଉଁଠାରେ, ହେମନ୍ତ ସୋରେନଙ୍କ ସରକାର ଅଛି ।