ଖାଲି ହୋଇଗଲା ମା’ର କୋଳ; ଦୁର୍ଘଟଣାରେ ଚାଲିଗଲା ୮ବର୍ଷ ପୁଅର ଜୀବନ

ଦୁର୍ଘଟଣାରେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଥିଲେ।

ଖାଲି ହୋଇଗଲା ମା’ର କୋଳ; ଦୁର୍ଘଟଣାରେ ଚାଲିଗଲା ୮ବର୍ଷ ପୁଅର ଜୀବନ

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ତୁରାଣିପାଣି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ମାନେ ହେଲେ ତୁରାଣିପାଣି ଗାଁର ଆଶା ଦିଦି ସନ୍ତୋଷୀନି ମାଦଳା ଓ ତାଙ୍କ ସ୍ୱାମୀ ସନ୍ତୋଷ ମାଦଳା।

ସନ୍ତୋଷୀନିଙ୍କର ମୋହନା ସିଡିପିଓ କାର୍ଯ୍ୟାଳୟରେ ମିଟିଂ ଥିଲା। ଆଜି ସକାଳେ ସନ୍ତୋଷ ଓ ତାଙ୍କର ଦୁଇ ପୁଅ ବାଇକ୍‌ରେ ସନ୍ତୋଷୀନିଙ୍କୁ ଛାଡ଼ିବାକୁ ମୋହନା ସିଡିପିଓ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ତୁରାଣିପାଣି ଗାଁ ନିକଟରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ବାପାମା’ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୮ବର୍ଷର ଶତଶୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣାରେ ସନ୍ତୋଷୀନିଙ୍କ ସାନ ପୁଅର କିଛି ହୋଇନଥିଲା। ଏହାସହ ଦୁର୍ଘଟଣା ପରେ କାର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।