ଖାସ୍‌ ମେସେଜ୍‌ ଦେଲେ ବିରାଟ କୋହଲି

ପ୍ୟାରିସ,୧୫।୭: ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବ। କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସମସ୍ତେ ଉତ୍ସାହିତ ଦେଖାଯାନ୍ତି। ଉତ୍ସାହିତ ଲୋକଙ୍କ ମଧ୍ୟରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡା ଯାଇଛି। ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଶେୟାର କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଆଥଲେଟମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। କିଙ୍ଗ କୋହଲି ଅଧିକ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଆଣିବା ବିଷୟରେ […] The post ଖାସ୍‌ ମେସେଜ୍‌ ଦେଲେ ବିରାଟ କୋହଲି appeared first on Dharitri Odia News.

ଖାସ୍‌ ମେସେଜ୍‌ ଦେଲେ ବିରାଟ କୋହଲି

ପ୍ୟାରିସ,୧୫।୭: ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବ। କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସମସ୍ତେ ଉତ୍ସାହିତ ଦେଖାଯାନ୍ତି। ଉତ୍ସାହିତ ଲୋକଙ୍କ ମଧ୍ୟରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡା ଯାଇଛି। ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଶେୟାର କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଆଥଲେଟମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। କିଙ୍ଗ କୋହଲି ଅଧିକ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଆଣିବା ବିଷୟରେ କହିଥିଲେ।
କୋହଲି ଭିଡିଓରେ କହିଛନ୍ତି, ଇଣ୍ଡିଆ। ଭାରତ। ହିନ୍ଦୁସ୍ତାନ। ଏପରି ଏକ ସମୟ ଥିଲା, ଯେତେବେଳେ ଭାରତକୁ କେବଳ ସାପ ତଥା ହାତୀର ଦେଶ ଭାବରେ ଦେଖାଯାଉଥିଲା। ସମୟ ସହିତ ଏହା ବଦଳିଛି। ଆଜି ଆମେ ସର୍ବବୃହତ ଗଣତାନ୍ତ୍ରିକ ଦେଶ, ଗ୍ଲୋବାଲ ଟେକ ହବ, ବଲିଉଡ, ଷ୍ଟାର୍ଟଅପ ୟୁନିକର୍‌ ଏବଂ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହୋଇଛୁ।
କୋହଲି ଆହୁରି କହିଛନ୍ତି, ବର୍ତ୍ତମାନ ଏହି ମହାନ ଦେଶ ପାଇଁ ବଡ କଥା ଆଉ କ’ଣ ହୋଇପାରେ? ଅଧିକ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ହେବ। ଆମର ଭାଇ ଓ ଭଉଣୀମାନେ ପ୍ୟାରିସ ଯାଇଛନ୍ତି ଏବଂ ପଦକ ପାଇଁ ଭୋକିଲା ଅଛନ୍ତି। ଆମ କୋଟି କୋଟି ଲୋକ ଦେଖିବେ। ଭାରତର ପ୍ରତ୍ୟେକ କୋଣରେ ଇଣ୍ଡିଆ…ଇଣ୍ଡିଆ… ଶୁଭିବ। ଶେଷରେ କୋହଲି ଭାରତକୁ ‘ଶୁଭକାମନା’ କହିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଆଥଲେଟ୍‌ମାନେ ପ୍ୟାରିସ ଅଲିମ୍ପିକ୍ସରେ ପତାକା ଉତ୍ତୋଳନ କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। ଏହାପୂର୍ବରୁ ୨୦୨୦ରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିଥିଲା, ସେଥିମଧ୍ୟରୁ ଗୋଟିଏ ସ୍ବର୍ଣ୍ଣ ପଦକ ଥିଲା। ଏହା ବ୍ୟତୀତ ୨ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ କରାଯାଇଥିଲା।

 

The post ଖାସ୍‌ ମେସେଜ୍‌ ଦେଲେ ବିରାଟ କୋହଲି appeared first on Dharitri Odia News.