ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ
ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ରଘୁନାଥପୁର ଗ୍ରାମର ଜି. ନାଗେଶ୍ୱର ରେଡ୍ଡୀ(୪୩) l ମିଳିଥିବା ସୂଚନା ମୁତାବକ, ନାଗେଶ୍ୱର ସୋମବାର ପୂର୍ବାହ୍ନରେ ଏକ କାର(ନଂ.ଓଡ଼ି୦୭କ୍ୟୁ-୧୦୦୨) ଯୋଗେ ଭୁବନେଶ୍ୱରରୁ ଗାଁ ଆସୁଥିଲେ। ହେଲେ ଟାଟାଗେଟ୍ ନିକଟ କାରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ […] The post ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ appeared first on Dharitri Odia News.
ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ରଘୁନାଥପୁର ଗ୍ରାମର ଜି. ନାଗେଶ୍ୱର ରେଡ୍ଡୀ(୪୩) l
ମିଳିଥିବା ସୂଚନା ମୁତାବକ, ନାଗେଶ୍ୱର ସୋମବାର ପୂର୍ବାହ୍ନରେ ଏକ କାର(ନଂ.ଓଡ଼ି୦୭କ୍ୟୁ-୧୦୦୨) ଯୋଗେ ଭୁବନେଶ୍ୱରରୁ ଗାଁ ଆସୁଥିଲେ। ହେଲେ ଟାଟାଗେଟ୍ ନିକଟ କାରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ନାଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚମାଖଣ୍ଡି ଥାନା ଏସ୍ଆଇ ଅଭିଜିତ ସାମଲ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ। ଏନେଇ ଚମାଖଣ୍ଡି ଥାନା ପୋଲିସ ଏକ ମାମଲା(ନଂ.୧୮୨/୨୦୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
The post ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ appeared first on Dharitri Odia News.