ଖୁଣ୍ଟିଆରେ କ୍ରିକେଟ୍ ପ୍ରିମୀୟର ଲିଗ୍ ଫାଇନାଲ, ରୟାଲ୍ ଷ୍ଟାର ଧର୍ମଗଡ ବିଜୟୀ।

କୋକସରା ୧୩/୦୧ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ପ୍ରୀମୀୟର ଲିଗ୍ ର ଫାଇନାଲ ମ୍ୟାଚ୍ ରୟାଲ ଷ୍ଟାର ଧର୍ମଗଡ ଓ ଧର୍ମଗଡ ୩୬୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କୋକସରା ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦାନ କରି ଉଭୟ ପକ୍ଷ ର ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୂଆ, ନାଏବ […] The post ଖୁଣ୍ଟିଆରେ କ୍ରିକେଟ୍ ପ୍ରିମୀୟର ଲିଗ୍ ଫାଇନାଲ, ରୟାଲ୍ ଷ୍ଟାର ଧର୍ମଗଡ ବିଜୟୀ। appeared first on Odisha.News.

ଖୁଣ୍ଟିଆରେ  କ୍ରିକେଟ୍ ପ୍ରିମୀୟର ଲିଗ୍ ଫାଇନାଲ, ରୟାଲ୍ ଷ୍ଟାର ଧର୍ମଗଡ ବିଜୟୀ।

କୋକସରା ୧୩/୦୧ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ପ୍ରୀମୀୟର ଲିଗ୍ ର ଫାଇନାଲ ମ୍ୟାଚ୍ ରୟାଲ ଷ୍ଟାର ଧର୍ମଗଡ ଓ ଧର୍ମଗଡ ୩୬୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କୋକସରା ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦାନ କରି ଉଭୟ ପକ୍ଷ ର ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୂଆ, ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସୁନାନୀ, ସମାଜସେବୀ ବଳଦେବ ଦୁର୍ଗା , ସମାଜସେବୀ ସଞ୍ଜୟ ସିଙ୍ଗଲ, ରବି ନାରାୟଣ ଦାସ ,ଶିକ୍ଷକ ଧରଣୀ ଧର ପଟେଲ, ଚିତ୍ରସେନ୍ ସୁନାନୀ, ସ୍ବାସ୍ଥ୍ୟ କର୍ମୀ ସୁକାନ୍ତି ଦେବୀ, ଟଙ୍କଧର ଧରୁଆ, ବଳରାମ ନାଏକ, ସୁଧୀର ବାଗ, ସମିତି ସଭ୍ୟ, ଦେବେନ୍ଦ୍ର ଧରୁଆ, ଭୂପେନ୍ଦ୍ର ସୁନାନୀ ମଧ୍ୟ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ରେ ପ୍ରଥମେ ଧର୍ମଗଡ ୩୬୦ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ସାତ ୱିକେଟ୍ ବିନିମୟରେ ୬୨ ରନ ସଂଗ୍ରହ କରିଥିବା ବେଳେ ଜବାବରେ ରୟାଲ୍ ଷ୍ଟାର ଧର୍ମଗଡ ନିର୍ଦ୍ଧାରିତ ୧୦ ଓଭରରେ ୨ ୱିକେଟ୍ ବିନିମୟରେ ମ୍ୟାଚ ବିଜୟୀ ହୋଇଛନ୍ତି। ବିଜେତା ଓ ରନର୍ସ ଅପ୍ ଦଳକୁ ଟ୍ରଫି ଓ ଅର୍ଥ ରାଶି ଦେଇ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ପୁରସ୍କୃତ କରିଥିଲେ।ଅମ୍ପିଆର ଭାବେ ମସ୍ତକ ସୁନାନି ଓ ଚନ୍ଦନ ମେହେର ଖେଳ ପରିଚାଳନା କରିଥିବା ବେଳେ ରୁପେନ୍ଦ୍ର ସୁନାନୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ସ୍କୋରବୋର୍ଡ ଦାୟିତ୍ଵରେ ରହିଥିଲେ ଦିଲୀପ ସୁନାନୀ ଏବଂ ଟ୍ରିଲୋକ ନାଥ ସିଂ। ଖେଳ ପରିଚାଳନାରେ ଖୁଣ୍ଟିଆ ଯୁବ ସଙ୍ଗଠନର ଅନିଲ ସୁନାନି,ନବୀନ ସୁନାନୀ,ବସନ୍ତ ସୁନାନୀ,ରଥ ଦୁର୍ଗା , କେଦାର ସୁନାନୀ, ସିମାଞ୍ଚଲ୍ ସୁନାନୀ, ଶ୍ୟାମ ଦୁର୍ଗା, ବିକ୍ରମ ଦୁର୍ଗା, ମଞ୍ଜିତ ଦୁର୍ଗା, ସୁରଜ୍ ଦୁର୍ଗା, ଦୁର୍ଯ୍ୟଧନ ସାଗର, ସୁଶିଲ ସୁନାନୀ,ବିକାଶ ଦୁର୍ଗା ,ଦୀପକ ସୁନାନୀ, ହରେସ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

The post ଖୁଣ୍ଟିଆରେ କ୍ରିକେଟ୍ ପ୍ରିମୀୟର ଲିଗ୍ ଫାଇନାଲ, ରୟାଲ୍ ଷ୍ଟାର ଧର୍ମଗଡ ବିଜୟୀ। appeared first on Odisha.News.