ଖୁଣ୍ଟୁଣି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର, ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ; ଢେଲା ପଥର ମାଡ଼
ଆଠଗଡ଼: ଖୁଣ୍ଟୁଣି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ବିଜେପି ଓ ବିଜେଡି କର୍ମୀ ମୁଁହା ମୁଁହି ହେବା ସହ ଉଭୟ ପକ୍ଷରୁ ଢେଲା ପଥର ମାଡ଼ ହୋଇଛି । ଅତିରିକ୍ତ ଏସପିଙ୍କ ଉପସ୍ଥିତରେ ଢେଲା ପଥର ମାଡ଼ ହେବା ସଭିଙ୍କୁ ତାଜୁବ କରିଛି । ବିଜେଡି କର୍ମୀଙ୍କ ଆଠରୁ ଉର୍ଦ୍ଧ୍ବ ଗାଡି କ୍ଷତିଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ୩ ନମ୍ୱର୍ ଜୋନ ଅନନ୍ତପୁର ଗ୍ରାମରେ ବିଜେପି ରାଲିକୁ ବିଜେଡ଼ି କର୍ମୀ ବିରୋଧ କରିଥିଲେ। ଏହାରି ପ୍ରତିବାଦରେ ବିଜେପି ନେତା ଓ କର୍ମୀ ଖୁଣ୍ଟୁଣି ଥାନାରେ ଦେଇଥିଲେ ଧାରଣା । ଅନ୍ୟ ପଟେ ଗାଁ ଭିତରେ ପଶି ବିଜେପି କର୍ମୀ ଆକ୍ରମଣ କରିବା ନେଇ ବିଜେଡ଼ି ପକ୍ଷରୁ ଶତାଧିକ ଲୋକେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ ଦାବିରେ ଘଣ୍ଟିଖାଲ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି। ଖୁଣ୍ଟୁଣୀ ଥାନାରେ କଟକ ଜିଲ୍ଲାର ଅତିରିକ୍ତ ଏସ୍ପି ପହଞ୍ଚି ବିଜେପି ନେତା ଓ କର୍ମୀ ଙ୍କୁ ବୁଝା ସୁଝା କଲା ପରେ ମନ୍ଧ୍ୟ ଥାନା ବାହାରକୁ ବିଜେପି କର୍ମୀ ଯିବାବେଳେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳର କର୍ମୀ । ଏବେ ଘଟଣା ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।
ଆଠଗଡ଼: ଖୁଣ୍ଟୁଣି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ବିଜେପି ଓ ବିଜେଡି କର୍ମୀ ମୁଁହା ମୁଁହି ହେବା ସହ ଉଭୟ ପକ୍ଷରୁ ଢେଲା ପଥର ମାଡ଼ ହୋଇଛି । ଅତିରିକ୍ତ ଏସପିଙ୍କ ଉପସ୍ଥିତରେ ଢେଲା ପଥର ମାଡ଼ ହେବା ସଭିଙ୍କୁ ତାଜୁବ କରିଛି । ବିଜେଡି କର୍ମୀଙ୍କ ଆଠରୁ ଉର୍ଦ୍ଧ୍ବ ଗାଡି କ୍ଷତିଗ୍ରସ୍ତ ହୋଇଛି।
ଘଟଣାରୁ ପ୍ରକାଶ ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ୩ ନମ୍ୱର୍ ଜୋନ ଅନନ୍ତପୁର ଗ୍ରାମରେ ବିଜେପି ରାଲିକୁ ବିଜେଡ଼ି କର୍ମୀ ବିରୋଧ କରିଥିଲେ। ଏହାରି ପ୍ରତିବାଦରେ ବିଜେପି ନେତା ଓ କର୍ମୀ ଖୁଣ୍ଟୁଣି ଥାନାରେ ଦେଇଥିଲେ ଧାରଣା । ଅନ୍ୟ ପଟେ ଗାଁ ଭିତରେ ପଶି ବିଜେପି କର୍ମୀ ଆକ୍ରମଣ କରିବା ନେଇ ବିଜେଡ଼ି ପକ୍ଷରୁ ଶତାଧିକ ଲୋକେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ ଦାବିରେ ଘଣ୍ଟିଖାଲ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି।

ଖୁଣ୍ଟୁଣୀ ଥାନାରେ କଟକ ଜିଲ୍ଲାର ଅତିରିକ୍ତ ଏସ୍ପି ପହଞ୍ଚି ବିଜେପି ନେତା ଓ କର୍ମୀ ଙ୍କୁ ବୁଝା ସୁଝା କଲା ପରେ ମନ୍ଧ୍ୟ ଥାନା ବାହାରକୁ ବିଜେପି କର୍ମୀ ଯିବାବେଳେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳର କର୍ମୀ । ଏବେ ଘଟଣା ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।