ଖୁବ ଶୀଘ୍ର ଜେଲ୍‌ରୁ ବାହାରିବେ ଖାଲିଦା ଜିୟା, ମୁକ୍ତି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ୬/୮: ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହସିନାଙ୍କ ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଛନ୍ତି ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ । ଚାକିରି କ୍ଷେତ୍ରରେ ସଂରକ୍ଷଣ ଉଚ୍ଛେଦ ଦାବି ବାଂଲାଦେଶର ସ୍ଥିତି ପୁରା ଓଲଟପାଲଟ କରିଦେଇଛି । ଗୋଟିଏ ପଟେ ଶେଖ୍‌ ହସିନାଙ୍କ ଦେଶ ଛାଡି ପଳାଇବା ଅନ୍ୟ ପଟେ ଜେଲ୍‌ରେ ଥିବା ପ୍ରମୁଖ ବିରୋଧୀ ଦଳ ନେତା ଖାଲିଦା ଜିୟାଙ୍କୁ ଜେଲ୍‌ରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଜେଲ୍‌ରୁ ମୁକୁଳିବା ପରେ ଖାଲିଦା ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଖାଲିଦାଙ୍କ ମୁକ୍ତି ପାଇଁ ବାଟ ଖୋଲିବା ପରେ ସେ ବା ତାଙ୍କ ଦଳର କିଛି ଲୋକ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଖାଲିଦାଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି BNPର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ମାତ୍ରେ ଖାଲିଦାଙ୍କୁ ମୁକୁଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ମଧ୍ୟବର୍ତ୍ତୀକାଳୀନ ସରକାରରରେ ସାମିଲ ହେବେ ଏହା ରାଜନୀତିରେ ତାଙ୍କର ୟୁଟର୍ଣ୍ଣ ହେବ ନିଶ୍ଚିତ । ବେଗମ ଖାଲିଦା ଜିୟା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ । ଖାଲିଦାଙ୍କ ଶାସନ କାଳରେ

ଖୁବ ଶୀଘ୍ର ଜେଲ୍‌ରୁ ବାହାରିବେ ଖାଲିଦା ଜିୟା, ମୁକ୍ତି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/୮: ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହସିନାଙ୍କ ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଛନ୍ତି ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ । ଚାକିରି କ୍ଷେତ୍ରରେ ସଂରକ୍ଷଣ ଉଚ୍ଛେଦ ଦାବି ବାଂଲାଦେଶର ସ୍ଥିତି ପୁରା ଓଲଟପାଲଟ କରିଦେଇଛି । ଗୋଟିଏ ପଟେ ଶେଖ୍‌ ହସିନାଙ୍କ ଦେଶ ଛାଡି ପଳାଇବା ଅନ୍ୟ ପଟେ ଜେଲ୍‌ରେ ଥିବା ପ୍ରମୁଖ ବିରୋଧୀ ଦଳ ନେତା ଖାଲିଦା ଜିୟାଙ୍କୁ ଜେଲ୍‌ରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଜେଲ୍‌ରୁ ମୁକୁଳିବା ପରେ ଖାଲିଦା ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଖାଲିଦାଙ୍କ ମୁକ୍ତି ପାଇଁ ବାଟ ଖୋଲିବା ପରେ ସେ ବା ତାଙ୍କ ଦଳର କିଛି ଲୋକ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଖାଲିଦାଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି BNPର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ମାତ୍ରେ ଖାଲିଦାଙ୍କୁ ମୁକୁଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ମଧ୍ୟବର୍ତ୍ତୀକାଳୀନ ସରକାରରରେ ସାମିଲ ହେବେ ଏହା ରାଜନୀତିରେ ତାଙ୍କର ୟୁଟର୍ଣ୍ଣ ହେବ ନିଶ୍ଚିତ । 

ବେଗମ ଖାଲିଦା ଜିୟା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ । ଖାଲିଦାଙ୍କ ଶାସନ କାଳରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ଓ ଖ୍ରୀଷ୍ଟିୟାନ ବିରୋଧୀ ଦଙ୍ଗା ହୋଇଥିଲା । ୧୯୯୧ରେ ବାଂଲାଦେଶରେ କ୍ଷମତାକୁ ଆସିଥିଲେ ଖାଲିଦା । ସେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିୟାଉର ରହମାନଙ୍କ ପତ୍ନୀ ଅଟନ୍ତି । ଖାଲିଦା ୧୯୯୧ରୁ ୧୯୯୬ ଯାଏ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏହା ପରେ ଜୁନ ୨୦୦୧ରୁ ଅକ୍ଟୋବର ୨୦୦୬ ଯାଏ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଶେଖ୍‌ ହସୀନାଙ୍କ ବଡ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଖାଲିଦାଙ୍କୁ ୨୦୧୮ରେ ଏକ ଦୁର୍ନୀତି ମାମଲାରେ ୧୭ ବର୍ଷର ଜେଲ୍‌ ଦଣ୍ଡାଦେଶ ମିଳିଥିଲା  । ତା ପରଠୁ ଜେଲ୍‌ରେ ଥିଲେ ଖାଲିଦା । ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।